ଭାଗବତ ସପ୍ତାହ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଓ୍ବାଇଏନଏସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି। ବାସୁଦେବ ଜନ୍ମଦିନ ଅବସରରେ ଭାଗବତ ସପ୍ତାହ ପାଳନ ହୋଇଅଛି। ରୀତି ନୀତି ଅନୁଯାୟୀ ନୀତିକାନ୍ତି, ହୋମଯଜ୍ଞ, ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟ କରାଯାଇଛି। ସନ୍ତୋଷ କୁମାର ନାୟକ, ଗୈାରାଙ୍ଗ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କ୍ଷେତ୍ରବାସୀ ପରିଡା, ପ୍ରଭାକର ପରିଡା, ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ସାହୁଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ