ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଓ କବାଡି ପ୍ରତିଯୋଗିତା ଉଦଘାଟିତ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଏବଂ ଇଣ୍ଡୋର ଷ୍ଟାଡିୟମ ଠାରେ ୭୮ତମ  ରାଜ୍ୟ ପୋଲିସ କବାଡି ଚମ୍ପିୟାନସିପ  ଉଦଘାଟିତ ହୋଇଯାଇଛି। ଏହା କେନ୍ଦୁଝର ପୋଲିସ ତରଫରୁ ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ଫ୍ଲଡ଼ ଲାଇଟ ଓ ସିନ୍ଥେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ବର୍ଣ୍ଣାଧ୍ୟ ପ୍ରତିଯୋଗିତାକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଶ୍ଚିମା ଅଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ  ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର, ରାଉରକେଲା ଏସପି  ନୀତିଶ ୱାଦୱାନି,କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, କେନ୍ଦୁଝର ଏସପିନୀତିନକୁଶଳକର ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, କେନ୍ଦୁଝର ରାଜା ଧନୁର୍ଜୟ ଭଞ୍ଜଦେଓ, କେନ୍ଦୁଝର ରପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂରଘାର୍ଗେଯୋଗଦେଇଥିଲେବହୁଦିନବ୍ୟବଧାନପରେକେନ୍ଦୁଝର ଠାରେ ଦ୍ୱିତୀୟ ଥର ପାଇଁ ଏହି କବାଡିଏବଂହ୍ୟାଣ୍ଡବଲଚମ୍ପିୟାନସିପ ଆୟୋଜିତ ହେବାକୁ ଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବାପାଇଁ କେନ୍ଦୁଝର ରିଜର୍ଭ ଗ୍ରାଉଣ୍ଡ ଠାରୁ ହ୍ୟାଣ୍ଡବଲ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକ ମାଳାରେ ସୁସଜ୍ଜିତ କରିବା ସହ ପ୍ରଥମ ଥର ପାଇଁ ହ୍ୟାଣ୍ଡବଲ ଖେଳାଳିମାନେ ସିନ୍ଥେଟିକ ଗ୍ରାଉଣ୍ଡ ସହ ଫ୍ଲଡ଼ ଲାଇଟରେ ଖେଳିବାର ସୁଯୋଗ ପାଉଥିବା ବେଳେ  କବାଡି ପ୍ରତିଯୋଗିତା ପ୍ରଥମଥର ପାଇଁ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଏବଂ ଉନ୍ମାଦନା ପରିଲକ୍ଷିତ ହୋଇଥିଲା l ଏଠାରେ ଉଲ୍ଲେଖଯୋଗ୍ୟଯେ ଗତଥର ହ୍ୟାଣ୍ଡବଲରେ ପ୍ରଥମ ବାଟାଲିୟନ, ଢେଙ୍କାନାଳ ଚମ୍ପିୟାନ ହୋଇଥିବା ବେଳେ ଷଷ୍ଠବାଟାଲିୟନ କଟକ ରନର୍ସଅପ ଏବଂ କେନ୍ଦୁଝର ପୋଲିସ ତୃତୀୟ ସ୍ଥାନ ଅଧିକାର କରିଥିଲା l ସେହିପରି କବାଡିରେ ଷଷ୍ଠ ବାଟାଲିୟନ, କଟକ ଚମ୍ପିୟାନ ହୋଇଥିବା ବେଳେ ଦେବଗଡ଼ ପୋଲିସ ରନର୍ସଅପ ହୋଇଥିଲା l   ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିରଉଦ୍ଘାଟନୀଖେଳରେ ହ୍ୟାଣ୍ଡବଲରେ ଆୟୋଜକକେନ୍ଦୁଝର ଦଳ ଖୋର୍ଦ୍ଧା ବିପକ୍ଷରେ ୧୪-୬ ଗୋଲରେ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ସେହିପରି କବାଡିରେ ଗତଥରର ରନର୍ସଅପ ଷଷ୍ଠ ବାଟାଲିୟନ,କଟକ ୩୭ ପଏଣ୍ଟ ହାସଲ କରିଥିବା ବେଳେ  ଦ୍ୱିତୀୟ ଆଇଆର ବାଟାଲିୟନ ରାଏଗଡା ୮ ପଏଣ୍ଟ ହାସଲ କରି ୨୯ ପଏଣ୍ଟରେ ପରାଜିତ ହୋଇଛି ଏବଂ ଷଷ୍ଠ ବାଟାଲିୟନ କଟକ ଏହି ବିଜୟରୁ ପୁରା ପଏଣ୍ଟ ହାସଲ କରିଛି l ଆଜି ଅନୁଷ୍ଠିତ ଏହି କବାଡି ପ୍ରତିଯୋଗିତାରେ ଢେଙ୍କାନାଳର ଶୁଭେନ୍ଦୁ ପ୍ରସାଦ ଧୀର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ