ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲା ଓ ବ୍ଲକ ପ୍ରଶାସନ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଅନଲାଇନ ଓ ଅପଲାଇନ ମଧ୍ୟରେ ୧୫୨ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗ ୭ଜଣ ଡାକ୍ତର ଯଥା ଦୃଷ୍ଟି ଶକ୍ତି ବାଧିତ ଡାକ୍ତର ଏମ୍ ସୁରେଶ କୁମାର ,ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର ,ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା , ବୌଧିକ ଅକ୍ଷମତା ଡାକ୍ତର ଏଲ ପି ଦାସ ,ଅସ୍ଥିଶଲ୍ୟ ଡାକ୍ତର ବ୍ରଜେଶ ମେହେର,ଡାକ୍ତର ମମତା ଶତପଥୀ,ଡାକ୍ତର ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ । ସେଥିରୁ ୨ଜଣଙ୍କୁ ୱଇଲ ଚେୟାର,୨ଜଣ ଙ୍କୁ ଟ୍ରାଇସାଇକଲ, ୩ଜଣଙ୍କୁ ଟ୍ରେଚେସ ପ୍ରଦାନ କରାଯାଇଛି । ବସ ପାସ ପାଇଁ ୨୧ଜଣ, ୯ଜଣ ଙ୍କୁ ସ୍କଲରସିପ ଓ ୩୦ଜଣଙ୍କ ରସୋନକାର୍ଡ ରେ ଆଧାର ଲିଙ୍କ କରାଯାଇଛି ।ଏଥିରେ ବିଡ଼ିଓ ମନୀଷା ଦାସ,ସହକରି ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ଓ ଆଇସିଡିଏସ,ଅଙ୍ଗନବାଡି କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଭିନ୍ନକ୍ଷମ ର ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ନାଥ ସମେତ ଭିନ୍ନକ୍ଷମ କର୍ମକର୍ତ୍ତା,ଅଗ୍ନିସମ ଓ ପୁଲିସ ବିଭାଗ ମଧ୍ୟ ଉପସ୍ଥିତ ରହିଥିଲେ ।ଏହାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ ପରିଚାଳନା କରିଥିଲେ