ଦେବଗିରି ହୁଣ୍ଡୀ ଚୋରାଇ ନେଉଥିବା ବାଇକ ଜବତ: ପୁଲିସକୁ ହସ୍ତାନ୍ତର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) :ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକସଦର ମହକୁମା ଠାରୁ ଦୁଇ କିମି ଦୂରରର ଥିବା ଦେବଗିରି ପାହାଡ଼ ହୁଣ୍ଡୀ ଚୋରାଇ ନେଉଥିବା ବାଇକ ଜବତ, ପୁଲିସ କୁ ହସ୍ତାନ୍ତର ହୋଇଥିବା ଜଣାପଡିଛି। ଐତିହାସିକ ଦେବଗିରି ପାହାଡ଼ ପାଦ ଦେଶରେ ନନ୍ଦି ନିକଟରେ ଥିବା ଦାନପତ୍ର (ହୁଣ୍ଡୀ )କୁ ଚୋରିକରି ମୋଟର ସାଇକେଲରେ ପଳାଇ ଯାଉଥିବା ସମୟରେ ଗାଈଗୋଠ ଆଉ ବାଟ ଛାଡିଲେ ନାହିଁ l କଣ ହୋଇଛି ବୋଲି ଆଶ୍ରମର ଲୋକ ଧାଇଁ ଆସୁଥିବା ଦେଖି ଚୋର ଧରା ପଡ଼ିଯିବା ଭୟରେ ସେଠାରେ ହିଁ ଦାନପାତ୍ର, ମଟରସାଇକେଲ୍, ଚପଲ ଛାଡି ଦୌଡ଼ି ପଳାଇଲେ। କ୍ରାନ୍ତିକାରି ଆଶ୍ରମର ବାବା ଭୀଷ୍ମ ନନ୍ଦ ଗିରି କଲ୍ୟାଣ ସିଂହପୁର ଥାନାକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ପୁଲିସ ଏ ଏସ ଆଇ ସଞ୍ଜୟ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ମଟରସାଇକେଲ୍ ଜବତ କରି ଥାନାରେ ରଖିଥିବା କହିଛନ୍ତି।


