ବାଇକ ଚୋରି ଅଭିଯୋଗ:ଜେଲ ଗଲା ଅଭିଯୁକ୍ତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁ ଛକରୁ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଏକ କେଟିଏମ୍ ବାଇକ ଚୋରି ଘଟଣାରେ ପୋଲିସ ଅଭିଯୁକ୍ତ ଙ୍କୁ ୧୦ ମାସ ପରେ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ସାଇ କିରଣ ଗୈାଡ (୨୬) ।  ବନ୍ଥପଲ୍ଲୀ ଗ୍ରାମ ର ଧର୍ମପଦ ଭୁଁୟା ତାଙ୍କ କେଟିଏମ ବାଇକ ନଂ. (ଓଡି ୦୭ ଏଏଲ୍- ୭୯୭୩) ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ତତ୍କାଳୀନ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲ୍ ନଂ. ୨୭୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ । ଘଟଣା ପରଠାରୁ ଅଭିଯୁକ୍ତ ଜଣକ ବାଇକ ସହ ଫେରାର ଥିଲେ ।  ଗୁରୁବାର  ସେ ଗ୍ରାମକୁ ଆସିଥିବା ପୋଲିସ ଖବରପାଇ ଅଭିଯୁକ୍ତ ଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ବାଇକ ଜବତ ହୋଇପାରିନଥିବା ବେଳେ ଶୁକ୍ରବାର ଅପରାହ୍ନରେ ତାଙ୍କୁ ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରାଯାଇଥିଲା।  ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ