ଗଛକୁ ଧକ୍କା ଦେଇ ବାଇକ ଚାଳକ ମୃତ

ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚିରିକିପଡା ଶାସନ ନିକଟରେ ଏକ ଗଛକୁ ଧକ୍କା ଦେଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଯୁବକ ଜଣକ ହେଲେ ପୋଲସରା ତୋଟା ସାହିର ଭେଙ୍କେଟସ ବେହେରା (୪୫)। ସୂଚନା ଯୋଗ୍ୟ ଯେ ଭେଙ୍କଟସ ନିଜ ବାଇକ ଯୋଗେ ପୋଲସରାରୁ ନିଜ ଶ୍ୱଶୁର ଘର କୁଆନଳାକୁ ଯାଉଥିବା ବେଳେ ଚିରିକିପଡା ଶାସନ ଗୋଲିଆ ରାସ୍ତା ମଧ୍ୟ ଭାଗରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଧକ୍କା ହେବା ଫଳରେ ଭେଙ୍କଟସଙ୍କ ମୁଣ୍ଡକୁ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେହି ସମୟରେ ଏକ ୧୦୮ଆମ୍ବୁଲାନ୍ସ ଦୁର୍ଘଟଣା ଦେଖି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ ଆଣିଥିଲେ। ଡାକ୍ତର ଭେଙ୍କଟସ ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତ ଯୁବକ ଜଣକ  ମିଲିଟାରୀ ଚାକିରୀରୁ  ଅବସର ନେଇ ରାୟଗଡା ସ୍ଥିତ ଷ୍ଟେଟ ବ୍ୟାଙ୍କରେ ସିକ୍ୟୁରିଟି ଭାବେ ଚାକିରୀ କରୁଥୁବା ଜଣାପଡିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ