ଜୈବ ବିବିଧତା ମେଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାରେ ଦୀର୍ଘ ୧୦ ବର୍ଷ ଧରି ଜଳ,ଜମି,ଜଙ୍ଗଲ,ଜନ୍ତୁ,ଜନ ମାନଙ୍କ ପାଇଁ କାର୍ଯ୍ୟରତ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫ୍ଇଏସ୍) କେନ୍ଦୁଝର ଓ ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବାଂଶପାଳ ବ୍ଲକର ଜାଗର ଓ ବାଂଶପାଳ ହାଟପଦା ଠାରେ ପୃଥକ୍ ପୃଥକ୍ ଦୁଇଟି ଜୈବ ବିବିଧତା ମେଳା ମଇ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଫ୍ଇଏସ୍ ର ପ୍ରୋଜେକ୍ଟ ମ୍ୟାନେଜର ସୁଶ୍ରୀ କୁନାମୀ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ୨୬୦ ଜଣ ଶିଶୁ ଓ ବାଂଶପାଳ ବ୍ଲକର ବିଭିନ୍ନ ଗ୍ରାମରୁ ସକି୍ରୟ ଅଂଶଗ୍ରହଣ କରିଥିଲେ । ଏଫ୍ଇଏସ୍ ର ଦଳପତି ସୂର୍ଯ୍ୟ ସିଂ ସୋରେନ କାର୍ଯ୍ୟକ୍ରମ ଦୁଇଟିରେ ସଭାପତିତ୍ୱ କରିଥିଲେ । ମେଳା ଦୁଇଟିକୁ ଶିଶୁ ପ୍ରତିନିଧି ଶୁଭେନ୍ଦୁ ଦେହୁରୀ,ସରୋଜ ପ୍ରଧାନ,ଅନୁ ଦେହୁରୀ,ଟୋରୀ ନାୟକ ପ୍ରମୁଖ କୁଣ୍ଡରେ ଥିବା ଚାରା ମୂଳରେ ଜଳ ଦାନ କରି ଜୈବ ବିବିଧତା ମେଳାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ମେଳାରେ ଶିଶୁ ମାନଙ୍କୁ ବିଭିନ୍ନ ଜୀବଜଗତ, ବୃକ୍ଷଲତା ଟଙ୍ଗା ହୋଇଥିବା ଫ୍ଲେକ୍ସ ଚିତ୍ର ପାଖକୁ ନେଇ ପରିଚିିତ କରାଯାଇଥିଲା । ଜଙ୍ଗଲରୁ ସଂଗୃହିତ ବିଭିନ୍ନ ମଞ୍ଜି,ଫଳ,ଫୁଲ ମାନଙ୍କର ନାମ ଓ ପରିଚୟ ପ୍ରଶ୍ନ ଉତ୍ତର ମାଧ୍ୟମରେ ଚର୍ଚ୍ଚା କରାଯାଇଥିଲା । ପଂଚାୟତ ପ୍ରତିନିଧି ସରପଂଚ,ସମିତିସଭ୍ୟ,ୱାର୍ଡମେମ୍ବର ମାନେ ମେଳାରେ ନିରିକ୍ଷକ ଥିଲେ । ପରିବେଶବିତ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ଭକ୍ତବସôଳ ମହାନ୍ତି ଜୈବ ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି । ଏଫ୍ଇଏସ୍ ର କ୍ଷେତ୍ରୀୟ କର୍ମୀ ମାଳତୀ ମହାନ୍ତ ଓ ସଂଯୁକ୍ତା ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ