ପଦ୍ମଶ୍ରୀ ଡକ୍ଟର ସଚ୍ଚି ରାଉତରାୟଙ୍କ ଜୟନ୍ତୀ

ଖୋରଧା(ଓ୍ବାଇଏନଏସ) : ଖୋରଧା ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଖୋରଧା ସାହିତ୍ୟ ସଂସଦ ଏବଂ ଓଡିଶା ସାହିତ୍ୟ ଅକାଦେମୀ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଶ୍ୱ ବିଖ୍ୟାତ କବି ପଦ୍ମଶ୍ରୀ ଡକ୍ଟର ସଚ୍ଚି ରାଉତରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସ୍ଥନୀୟ ଶ୍ୟାମ ମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହରେ ସଂସଦର ସଭାପତି ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବରେ ପ୍ରଫେସର ନାରାୟଣ ପଣ୍ଡା ୍େ‌ଯାଗଦେଇ ସଚ୍ଚି ରାଉତରାୟ ଆଧୁନିକ ଓଡିଆ ସାହିତ୍ୟରେ ଏକ ଦିଗବାରେଣୀ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କର ଜାତୀୟତାବାଦୀ ଚିନ୍ତାଧାରା ନିଛକ ଗାଁଆର ଭାଷା ଓ ସଂସ୍କୃତି ତାଙ୍କ ଲେଖନୀରେ ପ୍ରଷ୍ପୁଷ୍ଠିତ ହୋଇଛି ବୋଲି କହିଥିଲେ। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ ରକ୍ଷାକରି ଓଡିଆ ସହିତ୍ୟରେ ବୈପ୍ଳବିକ ପରିବର୍ତନ କରିବାରେ ସେ ହେଉଛନ୍ତି ଅନନ୍ୟ ସାରସ୍ୱତ ସାଧକ। ଅଦ୍ୟାବଧି ତାଙ୍କର ଅପ୍ରକାଶିତ ପୁସ୍ତକ ପ୍ରକାଶ କରିବା ଦିଗରେ ଖୋରଧା ସାହିତ୍ୟ ସଂସଦ ଅଗ୍ରସର ହେଉ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଡକ୍ଟର ଶାନତନୁ କୁମାର ରଥ ସଚ୍ଚି ରାଉତରାୟଙ୍କୁ ଏକାଧାରରେ ଜଣେ ଲୋକପ୍ରିୟ କବି, ସାର୍ଥକ ଗାଳ୍ପିକ, େଓøପନାସିକ, ପ୍ରଭାବଶାଳୀ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ବର୍ଣ୍ଣନା କରିବା ସହିତ ସେ ନିଜର ସାହିତ୍ୟିକ ଅବଦାନ ପାଇଁ ବହୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ଡକ୍ଟର ଉଦ୍ଧବ ଚରଣ ନାୟକ କବିଙ୍କ ଜୀବନୀ ଉପରେ ଆଲୋକପାତ କରି କହିଲେ ସେ ଛାତ୍ର ଜୀବନରୁ ଭାରତର ସ୍ୱାଧିନତା ଆନ୍ଦୋଳନ, ଗଡଜାତ ପ୍ରଜା ଆନ୍ଦୋଳନ ଏବଂ ବାମପନ୍ଥୀ ନେତୃତ୍ୱରେ ପରିଚାଳିତ ଚାଷୀ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ଲିଖିତ କାବ୍ୟ କବିତାରେ ଏହି ଆନ୍ଦୋଳନର ପ୍ରତିଫଳନ ନିଚ୍ଛକ ଓ ସ୍ୱଭାବିକ। ସଂସଦର ସଭାପତି ଡକ୍ଟର ମହାନ୍ତି ତାଙ୍କ ଅନ୍ତିମ ଭାଷଣରେ ଖୋରଧାରେ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା ସହିତ ତାଙ୍କ ଜନ୍ମସ୍ଥାନ ‘ଗୁରୁଜଙ୍ଗ’କୁ ଐ୍ୟତିହ୍ୟ ଗ୍ରାମ ଭାବରେ ସରକାରୀ ସ୍ୱକୃତି ମିଳିବାକୁ ସମସ୍ତ ଚେଷ୍ଟା କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ନୀଳିମା ନିଳୋତ୍ପଳା କବିଙ୍କର କାଳଜୟୀ କବିତା ‘ଛୋଟ ମୋର ଗାଁଆଟି’ରୁ କେତେକ ପଂକ୍ତି ସୁନ୍ଦର ଭାବେ ଆବୃତି କରିବା ପରେ ଗାଳ୍ପିକ ତପନ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଡକ୍ଟର ରଜନୀ ରଣସିଂହ ସଚ୍ଚି ରାଉତରାୟଙ୍କ ଜୀବନୀ ସମ୍ପର୍କରେ ଏକ ଆଲେଖ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଂସଦର ସଂପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ସମସ୍ତ ସଭାସଦ ତଥା ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତର ଯୋଗେଶ ଚନ୍ଦ୍ର ରଥଙ୍କ ମୁଖ୍ୟ ସଂଯୋଜନାରେ ୬୭ ଜଣ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। ସାରସ୍ୱତ କବିତା ପତ୍ର ଗୁଡିକୁ ଡକ୍ଟର ଚପଳା ପଣ୍ଡା, ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାରଣା, ଜୟଶ୍ରୀ ପଟ୍ଟନାୟକ, କବିତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସତ୍ରରେ ସଂଯୋଜନା କରିଥିଲେ। ଏହି ଅବସରରେ କବି ନାରାୟଣ ଦାସଙ୍କର ଏକ କବିତା ପୁସ୍ତକ ‘କାଶତଣ୍ଡି ପାଂଚ’ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂସଦର ସଂଗଠନ ସଂପାଦିକା ଈତିଶ୍ରୀ ସାହୁ, ସହସଂପାଦକ ବଂଶୀଧର ଦାସ ଏବଂ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ହରିଚନ୍ଦନ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ପ୍ରାକ୍ତନ ସଭାପତି ଗୋପାଳକୃଷ୍ଣ ଦାସ, ଶିକ୍ଷାବିତ୍ ବୈକୁଣ୍ଠନାଥ ରାଜଗୁରୁ, ଭୀମସେନ ପ୍ରଧାନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, କବି ବିକ୍ରମ କେଶରୀ ଚମ୍ପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ