ବେତନଟୀରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ ନୂତନ ମାର୍କେଟ ପଡିଆରେ “ମାଝୀ ମାୱୱା” କମିଟି ପକ୍ଷରୁ ଆଦିବାସୀ ନେତା ଡମାନ ହେମ୍ବ୍ରମଙ୍କ ନେତୃତ୍ୱରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇ ଅଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦିବାସୀମାନଙ୍କର ଅଲିଚିକି ଭାଷାରସ୍ରଷ୍ଟା କୁହା ଯାଉ ଥିବାରୁ ତାଙ୍କୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଗୁରୁ ବୋଲି ମାନ୍ୟତା ଦେଇଆସିଛନ୍ତି। ଏଣୁ ପ୍ରତି ବର୍ଷ ପରି ଏହି ଦିବସରେ ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ, ରୀତି ନୀତି ଅନୁଯାୟୀ ପୂଜାର୍ଚନା କରାଯାଇ, ବାଜାଧୂମସା ତାଳେ ତାଳେ ପାରମ୍ପରିକ ନୃତ୍ୟର ତାଳେ ତାଳେ ସମସ୍ତେ ମସଗୁଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ନନ୍ଦ କିଶୋର ହାଁସଦା, ସୁନ୍ଦର ମୋହନ ସୋରେନ, ଜଗନ୍ନାଥ ମୁର୍ମୁ, ଲାଲମୋହନ ହାଁସଦା, ରମେଶ ବେସ୍ରା, ବିକ୍ରମ ମାରାଣ୍ଡି, ସୁନାରାମ ସୋରେନ, ଗୁଡ୍ରା ମାରାଣ୍ଡି, ଫାତୁ ମାଝୀ, ସିଂରାୟ ହାଁସଦା, ବୀରେନ୍ଦ୍ର ମୁର୍ମୁ, ଲଛୁ ମୋହନ ସୋରେନ, ଝାନ ମାଝୀ, ସାଲଗେ ମୁର୍ମୁ, ମାନି ହାଁସଦା, ସୁଗୀ ମାଝୀ, ଭୁଜୁ ମୁର୍ମୁ, ସୋନାମୁନି ମାଝୀ ସମେତ ବହୁ ସଂଖ୍ୟାରେ ସଦସ୍ୟମାନେ ଯୋଗ ଦାନ କରିଥିଲେ।