ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିବାକୁ ନେଇ ବିଜେଡିର ପ୍ରତିବାଦ ସଭା
ହାଟଡିହି (ଓ୍ବାଇଏନଏସ): ବଲାଙ୍ଗୀରି ପାଟଣାଗଡ଼ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନେଇ ଆନନ୍ଦପୁର ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିବାଦ କରଯାଇଛି। ଶାଳଣିଆଁ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ଵାଳ, କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବୋଲି କହିବା ସହ ବିଜୁ ପଟ୍ଟନାୟକ ଙ୍କୁ ବିଜେପି ସରକାର ଲଗାତାର ଭାବେ ଅସମ୍ମାନ କରି ଆସୁଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଆଜିଠାରୁ ଆନ୍ଦୋଳନ ଆରମ୍ଭ ହେଲା, ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯାଇ ସରକାରକୁ ଘେରିବୁ ବୋଲି ନେତାମାନେ ଚେତାବନୀ ଦେଇଥିଲେ। ଆଗମୀ ଦିନରେ ଏଭଳି ଅନ୍ୟାୟ ହେଲେ ରାଜ ରାସ୍ତାରେ ନିଆଁ ଜାଳିବ ଚେତାବନୀ ଦେଇଥିଲେ l ଏଥିରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଯେନା, ବଶିଷ୍ଠ ବିଜେଡ଼ି ନେତା ବିରେନ୍ଦ୍ର କୁମାର ବିଶ୍ବାଳ, ଆଇନିଜୀବୀ ରଙ୍ଗାଧର ମଲ୍ଲିକ, ବିଶ୍ଵନାଥ ନାୟକ, ସରପଞ୍ଚ ପ୍ରତିନିଧି ବିଜୟ ମହାପାତ୍ର, ସୁରେନ୍ଦ୍ର କାଣ୍ଡି ,ସରପଞ୍ଚ ରବୀନ୍ଦ୍ର ଯେନା, ରମାକାନ୍ତ ନାୟକ,ଅମେରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ରତ୍ନାକର ବିଶ୍ୱାଳ, ଉଦୟନାଥ ସା, ଜଗବନ୍ଧୁ କାଣ୍ଡିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।