ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା ଜାରି

ଆସିକା  (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍‍ ପୈଠ କରିବା ପ୍ରତିବାଦରେ ଗତକାଲି ଠାରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ବୁଧବାର ମଧ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ବିଜେଡି ନେତା ସନ୍ତୋଷ କୁମାର ନାୟକ, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତା ରବିନ୍ଦ୍ର ସାହୁ ପ୍ରମୁଖ ଉଦ୍‍ବୋଧନ ଦେଇ ଆସିକା ବ୍ଳକ ପ୍ରଶାସନର ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ଲାଗି ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା କାର୍ଯ୍ୟକ୍ରମ ବୁଧବାର ୨ୟ ଦିନରେ ପହଞ୍ଚିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ଅରୁଣ ଦଳେଇ, ଜୟନ୍ତୀ ବେହେରା, ତ୍ରିନାଥ ବେହେରା, ନାଗାର୍ଜୁନ ବିଷୋୟୀ, ପ୍ରଫୁଲ ବିଶ୍ୱାଳ, ମନୋଜ ପରିଡା, ଅମିତ୍‍ ନାହାକ, ଆଶିଷ୍‍ ସ୍ୱାଇଁ, ନିଗମାନନ୍ଦ ରାଉତ, ରାମ ସାହୁ, ଅଶ୍ୱିନୀ କୁମାର ବିଷୋୟୀ ବହୁ ଦଳୀୟ ନେତା ଓ କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ