ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଗଜେନ୍ଦ୍ରନାଥ ଜେନାଙ୍କ ବିୟୋଗରେ ଶୋକ
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧିନସ୍ଥ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣା ଅଞ୍ଚଳର ଅବସରପ୍ରାପ୍ତ ବାୟୁସେନା ବିଭାଗର କର୍ମଚାରୀ ଗଜେନ୍ଦ୍ରନାଥ ଜେନା (ବୟସ ପ୍ରାୟ ୬୮ବର୍ଷ)ଙ୍କର ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଛି। ଅବସରପ୍ରାପ୍ତ ବାୟୁସେନା ବିଭାଗର କର୍ମଚାରୀ ସ୍ୱର୍ଗତ ଗଜେନ୍ଦ୍ରନାଥ ଜେନା ଅତୀତରେ ସମଗ୍ର ଆସିକା କାହିଁକିି ଗଞ୍ଜାମ ଜିଲ୍ଲାରେ ଜଣେ ବରିଷ୍ଠ ଭଲିବଲ୍, ଫୁଟବଲ୍ ଖେଳାଳୀ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନ୍ଏସି ଅଧୀନସ୍ଥ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣା ଅଞ୍ଚଳର ବାସିନ୍ଦା ତଥା ଅବସରପ୍ରାପ୍ତ ବାୟୁସେନା ବିଭାଗର କର୍ମଚାରୀ ଗଜେନ୍ଦ୍ରନାଥ ଜେନାଙ୍କ ଅସୁସ୍ଥତାଜନିତ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ପବିତ୍ର ଋଷିକୁଲ୍ୟ ଓ ବଡନଦୀର ସଙ୍ଗମସ୍ଥଳ ସ୍ଥିତ ଉତ୍ତରବାଙ୍ଗ ଶ୍ମଶାନରେ ସଂପନ୍ନ ହୋଇଯାଇଛି । ଆସିକା ଅଞ୍ଚଳର ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ତଥା ବନ୍ଧୁବତ୍ସଳ ବ୍ୟକ୍ତି ରୂପେ ପରିଚିତ ଥିବା ଅବସରପ୍ରାପ୍ତ ବାୟୁସେନା ବିଭାଗର କର୍ମଚାରୀ ଗଜେନ୍ଦ୍ରନାଥ ଜେନାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଥିଲା ବେଳେ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ପ୍ରମିଳା ଜେନା, ପୁତ୍ର ଦୀପକ କୁମାର ଜେନା, ପୁତ୍ରବଧୁ ପ୍ରଯୁକ୍ତା ସ୍ୱାଇଁ, ଭାଇ ଅବସରପ୍ରାପ୍ତ ପ୍ରଫେସର ସୁରେନ୍ଦ୍ର କୁମାର ଜେନାଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ଅଞ୍ଚଳର ଜଣାଶୁଣା କ୍ରୀଡାବିତ୍ ସ୍ୱର୍ଗତ ଗଜେନ୍ଦ୍ରନାଥ ଜେନାଙ୍କ ଅକାଳ ବିୟୋଗରେ ଆସିକା ଲାୟନ୍ସ କ୍ଳବର ପୂର୍ବତନ ସଭାପତି କେ.କିଶୋର କୁମାର ସେନାପତି, ପୂର୍ବତନ କାଉନସିଲର୍ ଏମ୍.ତାରିଣୀ ସେନାପତି, ସମାଜସେବୀ ବି.ଶିବଶଙ୍କର ପାତ୍ର, ପ୍ରଦୀପ ରାଉତ, ସୁବାସ ଚନ୍ଦ୍ର ସ୍ୱାଇଁ, ମହେଶ୍ୱର ଜେନା, ସଂଗ୍ରାମ କେଶରୀ ଜେନା, ଆଦିକନ୍ଦ ନାୟକ, ହରିହର ମୋହିନୀ, ସୁରେନ୍ଦ୍ର ଗୌଡ, ଚିତ୍ତରଂଜନ ଆଚାର୍ଯ୍ୟ, ନିରଞ୍ଜନ ଜେନା, ଅଶୋକ କୁମାର ମହାରଣାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।


