ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନରେ ବିଜେପି ପକ୍ଷରୁ ସେବା ଦିବସ ପାଳିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମାଟିର ନେତା ତଥା ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନକୁ ଆଜି ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଇଛି। ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଆଜିର ଦିନକୁ କେନ୍ଦୁଝରର ଭାଜପା କର୍ମୀ ମାନେ ସେବା ଦିବସ ଭାବରେ ପାଳନ କରିଛନ୍ତି। ଏ ଅବସରରେ ଆଜି ଜିଲା ବିଜେପି କାର୍ଯ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ରକ୍ତବୀର ଏବଂ ଉଦ୍ୟକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଆଜିର ରକ୍ତଦାନ ଶିବିରରେ ଆସିଥିବା ରକ୍ତଦାତା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ତେଲକୋଇ ବିଧାୟକ ଡା. ଫକୀରମୋହନ ନାଏକ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ହରିହର ମହାନ୍ତ ଏବଂ ବରୋଦା ସାହୁ,ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ତଥା ଜିଲ୍ଲା ନେତୃବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିପୁଳ ଜନ ସମର୍ଥନ ଭିତରେ ଜିଲା ରକ୍ତ ଭଣ୍ଡାର ସହିତ କଟକ ଏବଂ କରଞ୍ଜିଆ ରୁ ଆସିଥିବା ରକ୍ତଭଣ୍ଡାର କର୍ମୀମାନେ ସମୁଦାୟ ୯୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଯୋଡରେ ୫୦ ୟୁନିଟ ରକ୍ତ ସଂଗ୍ରହହୋଇଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ