ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ବିଜେପି ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ରେ ଏକ ତୃତୀୟାଂଶ ଆସନରେ ବିଜୟୀ ହେବା ସହିତ ପ୍ରଥମଥର ନିମନ୍ତେ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି, ସୋମବାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟ ର ବିଜେପି ଦଳୀୟ ନେତା, କର୍ମୀ, ଓ ସମର୍ଥକ ମାନେ ବିଜୟ ଉତ୍ସବ ପାଳନ କରୁଥିବା ବେଳେ କରଞ୍ଜିଆ ବିଜେପି ପକ୍ଷରୁ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି ବିଜେପି ନେତା ଓ କାର୍ଯ୍ୟକର୍ତା ମାନେ ଜନସାଧାରଣଙ୍କୁ ଝାଲମୁଢି, ମିଠା ବାଣ୍ଟିବା ସହିତ କରଞ୍ଜିଆ ସହରର ବିଭିନ୍ନ ପ୍ରମୁଖ ଛକ ଯଥା କଚେରୀ ଛକ, ସିନେମା ହଲ ଛକ, ଅମ୍ବିକା ମନ୍ଦିର ଛକ, ଏନଏସି ଛକ ମାନଙ୍କରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳୁଥିବା ଦେଖିବାକୁ ମିଳିଥିଲା, କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଉପସଭାପତି ଆଶିଷ ମହାନ୍ତ, ନାରୀନେତ୍ରୀ ଜ୍ୟୋସ୍ନାରାଣୀ ମହାନ୍ତ, ନଗର ସଭାପତି ସମ୍ବିଧାନ ମହାପାତ୍ର, ସଂଖ୍ୟାଲଘୁ ମୋର୍ଚା ଜିଲ୍ଲା ସଭାପତି ଅବଦୁଲ ଲତିଫ, ତାଟ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ, ଯୁବ ନେତା ଲକ୍ଷ୍ମୀକାନ୍ତ ରାମ,କ୍ଷୀରୋଦ ମହାନ୍ତ,ଉତ୍କଳ ଦାସ,ପରେଶ ଦାସ, ମନ ଜେନା,ଜେକେ ଖଗେଶ୍ୱର ଦାସ ପ୍ରମୁଖଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତା ଏହି ବିଜୟ ଉତ୍ସବ ପାଳନ ରେ ସାମିଲ ହୋଇଥିଲେ, ଉପସ୍ଥିତ ନେତା ମାନେ ଜନସଙ୍ଘର ପ୍ରତିଷ୍ଠାତା ଡ଼କ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମମାଟି ରେ ପ୍ରଥମଥର ବିଜେପି ର ସରକାର ଗଠନ ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ , କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ଦିଗଦର୍ଶନ ରେ ଡ଼କ୍ଟର ମୁଖାର୍ଜୀ ଙ୍କ ଏକାତ୍ମ ମାନବବାଦ ର ପ୍ରତିଷ୍ଠା ର ସ୍ବପ୍ନ କୁ ସାକାର କରାଇବାରେ ସମସ୍ତ ବିଜେପି ଦଳୀୟ ନେତା, କର୍ମୀ, ଓ ସମର୍ଥକ ଙ୍କ ଏହି ଉଦ୍ୟମର ଫଳରେ ଆଜିର ବିଜୟ ଉତ୍ସବ ପାଳିତ ହେଉଥିବା ପ୍ରକାଶ କରିଛନ୍ତି.


