ରେଳ ଲାଇନରେ କଟି ଯୁବକ ମୃତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ଜିଆରପି ଥାନା ଅନ୍ତର୍ଗତ ମୁନିଗୁଡା ଓ ଦହିଖାଲ ଷ୍ଟେସନ ମଧ୍ୟବର୍ତ୍ତୀ ବନ୍ଧୁଗୁଡା ଗ୍ରାମ ରେଳ ଲାଇନ ନିକଟରେ ସୋମବାର ରାତ୍ରରେ ଜଣେ ଯୁବକ ରେଳ ଲାଇନରେ କଟି ମୃତ୍ୟ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମର କୈଳାଶ ନୁଣ୍ଡ୍ରୁକା (୩୩) ବୋଲି ଜଣାପଡିଛି। ସୂଚନା ଯେ ସୋମବାର ରାତିରେ କୈଳାଶ ରେଳ ଲାଇନ ପଟେ ଯାଇଥିବା ବେଳେ ୯.୩୦ ସମୟରେ ଅହମଦାବାଦ ପୁରୀ ଏକ୍ସପ୍ରେସ ଟ୍ରେନରେ କଟି ଯାଇଥିବା ବେଳେ ସେ କେଉଁ କାରଣ ଓ କଣ ପାଇଁ ଟ୍ରେନ ଲାଇନ ପଟେ ଯାଇଥିଲେ ତାର କୌଣସି ସଠିକ ଖବର ଜଣାପଡି ନାହିଁ। କୈଳାଶ ମାନସିକ ରୋଗରେ ପୀଡିତ ଥିବା ବେଳେ ତାର ଚିକିତ୍ସା ମଧ୍ୟ ହେଉଥିବା ନେଇ ପରିବାର ସୂତ୍ରରୁ ଜଣାପଡିଥିଲା। ମୁନିଗୁଡା ରେଳ ଷ୍ଟେସନରୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଶବ ବ୍ୟବଛେଦ କରିବା ପରେ ମଙ୍ଗଳବାର ପରିବାର ଲୋକଙ୍କୁ ହସ୍ତାନ୍ତର କରି କେଶ ନମ୍ବର ୧୭/୨୦୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡା ଜିଆରପି ଏଏସଆଇ ମାଣିକ ଚନ୍ଦ୍ର ଗୌଡ଼ ସୂଚନା ଦେଉଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ