ଭାଜପା ପକ୍ଷରୁ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ଗୁଣୁପୁର,(ୱାଇଏନଏସ):ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୨ ବର୍ଷର ସୁଶାସନ ଓ ୪୩୯୯ ଦିନର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ସଫଳ ଯାତ୍ରା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁଣୁପୁର ଭାଜପା ପକ୍ଷରୁ ଆଜି ସନ୍ଧ୍ୟାରେ ଗୁଣୁପୁର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରକୁ ମଧ୍ୟ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତି, ଜିଲ୍ଲା ଉପସଭାପତି ଶ୍ରୀନିବାସ ସ୍ୱାଇଁ, ଭଗବାନ ଚୌଧୁରୀ, ଜଗଦୀଶ ପାତ୍ର, ଗୋପାଳ କୃଷ୍ଣ ଦେବ ପାତ୍ର, ଈଶ୍ୱର ଗୋମାଙ୍ଗୋ, ବାଲାଜୀ ପାଣିଗ୍ରାହୀ, ଗୁଡୁଲା ଗୋବିନ୍ଦ, ସଂଗ୍ରାମ କିଶୋର ସାହୁ, ପୃଥ୍ୱୀରାଜ ପାଢ଼ୀ, ହିମକାନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ପାତ୍ର, ପିଙ୍କି ମହାପାତ୍ର, ଅମର କୁମାର ସାହୁ, ସତ୍ୟସୁନ୍ଦର କର, ଏସ୍‌. ଭାର୍ଗବ ଓ କିରଣ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ