ଶିଖର ପଂଚାୟତରେ ବିଜେପିର କର୍ମୀ ସମ୍ମିଳନୀ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଳକର ଶିଖର ପଂଚାୟତରେ ବିଜେପି ଦଳ ପକ୍ଷରୁ ପଂଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅଙ୍ଗେଶ୍ୱରପଡା ଆଶ୍ରମ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିଖର ପଂଚାୟତର ବିଜେପି ଯୁବନେତା ମନୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ସରକାରଙ୍କ ଜନହିତକାରୀ ଯୋଜନା ସଂର୍ପକରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ଦାସ, ଶିଖର ପଂଚାୟତ ସଭାପତି ବଂଶୀଧର ନାୟକ, ପୂର୍ବତନ ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡା, ନାଉଗାଁ ମଣ୍ଡଳ ପ୍ରତିନିଧି ବିଷ୍ଣୁଚରଣ ବେହେରା, ଯୁଧିଷ୍ଟିର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ ଜନସାଧାରଣ କିପରି ପାଇବେ ଏହାଉପରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଂଚାୟତର ପ୍ରଶାନ୍ତ କୁମାର ଲେଙ୍କା, କୈଳାଶ ଚନ୍ଦ୍ର ରାଉତ,ରତ୍ନାକର ତରାଇ,ଶରତ ଚନ୍ଦ୍ର ବାରିକ, ଶୁଭ୍ରଜିତ ଜେନା, ଜ୍ୟୋତିଷ ଚନ୍ଦ୍ର ସ୍ୱାଇଁ, ବାବୁରାମ ନାୟକ, ନିରଞ୍ଜନ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ଏହି କର୍ମୀ ସମ୍ମିଳନୀରେ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ