କେନ୍ଦ୍ରାପଡାରେ ବିଜେପିର ମିଶ୍ରଣ ପର୍ବ: ମିଶିଲେ ଶତାଧିକ ବିଜେଡି କର୍ମୀ

କେନ୍ଦ୍ରାପଡ଼ା(ଚିତ୍ତରଞ୍ଜନ ଦାଶ): କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ହୋଟେଲ ଗୈାରୀଶଙ୍କରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଜେଡି କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣପର୍ବରେ ଶତାଧିକ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ତଥା ରାଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପୁଷ୍ପଲତା ସିଅ, ରାଜପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ ତଥା ବିଜେଡି ନେତା ଜନ୍ମେଜୟ ସେଠୀ, ପୂର୍ବତନ ସମିତିସଭ୍ୟ ବିଜ୍ଞାନ ରାଉତ, ବନ୍ଧପଡାର ବିଜେଡି ନେତା ଦିଲ୍ଲିପ କୁମାର ସିଅ, ଭିତରଗଡର ବିଜେଡି ନେତା ମହେନ୍ଦ୍ର କୁମାର ଦାସ, ସୁରେଶ ଚନ୍ଦ୍ର ରାଉତ ପ୍ରମୁଖ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ସେହିପରି ଭିତରଗଡ ଗ୍ରାମପଞ୍ଚାୟତର ୱାର୍ଡସଭ୍ୟ ନାରାୟଣ ପାତ୍ର, ଅନନ୍ତ ସାହାଣୀ, କମଳା ସାହାଣୀ, ଲକ୍ଷ୍ମୀଧର ବାରିକ, ଆଶାଲତା ବିଶ୍ୱାଳ, ସୁକୁମାର ମଣ୍ଡଳ, ବନ୍ଧପଡା ଗ୍ରାମପଞ୍ଚାୟତର ରମେଶ ରାଉତ, ସୁକାନ୍ତି ରାଉତ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ମଧ୍ୟ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ଗିତାଞ୍ଜଳୀ ସେଠୀ, ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ