ରାଘବପୁରରେ ବିଜେପିର ମିଶ୍ରଣ ପର୍ବ

ହାଟଡିହି (ଓ୍ବାଇଏନଏସ): ଆଇତିପୁର ପଞ୍ଚାୟତ ଅନ୍ତର୍ଗତ ରାଘବପୁରରେ  ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ମିଶ୍ରଣ ପର୍ବରେ ମିଶ୍ରଣ ପର୍ବରେ  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ପ୍ରଭାକର ଜେନାଙ୍କ ନେତୃତ୍ୱରେ ଅରୁଣ କୁମାର ଜେନା, ଜଗନ୍ନାଥ ଜେନା, ରବୀନ୍ଦ୍ର ଜେନା, ନିତ୍ୟାନନ୍ଦ ଜେନା, ଅମୁଲ୍ୟ ଜେନା, ଦୋଳ ଗୋବିନ୍ଦ ପରିଡା, ଅଭିରାମ ଜେନା, ଅଭିନ୍ନ ଜେନାଙ୍କ ସମେତ ଗାଁର ୩୦ରୁ ଉର୍ଦ୍ଧ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ। ଏହି ମିଶ୍ରଣ ପର୍ବରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, କେନ୍ଦୁଝର ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ  ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା କୃଷକ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ, ଶାଳନିଆ ମଣ୍ଡଳ ସଭାପତି  ଜଗନ୍ନାଥ ବାରିକ  ବରିଷ୍ଠ ନେତା ଯୋଗେନ୍ଦ୍ର ବେହେରା, ବରିଷ୍ଠ ନେତା ଆଲୋକ ଦାସ, ଜଗନ୍ନାଥ  ପାତ୍ର, ସନାତନ ଜେନା, ଗୌରାଙ୍ଗ ମଲ୍ଲିକ , ସୁଧାଂଶୁ ବେହେରା, ଅମୁଲ୍ୟ ରାଉତ, ମନୋରଞ୍ଜନ ଦାସ,  ପ୍ରମୁଖ ଯୋଗଦେଇ ନବଗତଙ୍କୁ  ଦଳୀୟ ଟୋପି ଓ ଉତ୍ତରିୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ନବାଗତ ମାନେ ଶପଥ ନେଇଥିଲେ। ବିଶେଷ କରି ସେମାନେ ସବୁବେଳେ ଅବହେଳିତ ହୋଇ ରହି ଆସୁଥିବାରୁ ବିଜେପିରେ ସାମିଲ ହେଲେ ଵୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ