ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ତାଳଚେର,(ୱାଇଏନଏସ):ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନସ୍ୱୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ସମାରୋହରେ ତାଳଚେର ବିଧାୟକଙ୍କ ପ୍ରତିନିଧି ତଥା ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସନ୍ତୋଷ କୁମାର ପ୍ରଧାନ,ଘଣ୍ଟପଡ଼ା ପଞ୍ଚାୟତର ସରପଞ୍ଚ ସଶ୍ମିତା ବିଶ୍ଵାଳ, ସମିତି ସଭ୍ୟ କରୁଣାକର ସାହୁ,ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ବର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ମହାନ୍ତି ଓ ଯୁବ ନେତା ମନୋଜ ସାହୁ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ମେଳାକୁ ଉଦଘାଟନ କରିଥିଲେ। ଅତିଥି ଗଣ ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ସେମାନଙ୍କୁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କର ମୋଟ ୫ ଟି ପ୍ରୋଜେକ୍ଟ ପିଏମ ଶ୍ରୀ ପାଇଁ ବିଚାରକମାନଙ୍କ ଦ୍ଵାରା ମନୋନୀତ ହୋଇଥିଲା। ସୁଧାଂଶୁ ଶେଖର ବିଶ୍ଵାଳ ଓ ସବୁଜ କୁମାର ଭୂତିଆ ବିଚାରକ ଭାବେ ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ କରିଥିଲେ। ଉଦଯାପନୀ ଉତ୍ସବରେ ପ୍ରମୁଖ ଅତିଥି ଭାବେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ,ଘଣ୍ଟପଡ଼ା ପଞ୍ଚାୟତର ସରପଞ୍ଚ ଶସ୍ମିତା ବିଶ୍ଵାଳ,ସମାଜ ସେବୀ କ୍ଷୀରୋଦ ସାହୁ, ସମିତି ସଭ୍ୟ କରୁଣାକର ସାହୁ,ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ବର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ପ୍ରକଳ୍ପ ଗୁଡ଼ିକର ବେଶ ପ୍ରଶଂସା କରିଥିଲେ। ନାରୀ ସୁରକ୍ଷା, କୃଷକ ମିତ୍ର, ଆଲାର୍ମ ସିଷ୍ଟମ,ଏଆଇ ପ୍ରଯୁକ୍ତି,ଜଳ ବିଶୋଧନ, ବିପର୍ଯ୍ୟୟ ପରିଚାଳନା ଆଦି ଉପରେ ଆଧାରିତ ଥିଲା। ଏହି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଉପସ୍ଥିତ ଥିଲେ। ଘଣ୍ଟପଡ଼ା ପଂଚାୟତର ପୂର୍ବତନ ସରପଂଚ ସୁନୀଲ ବିଶ୍ୱାଳ,ନାଏବ ସରପଞ୍ଚ ରାଜୀବ ଦାସ,ବିକାଶ ସାହୁ, ନିରଞ୍ଜନ ସାହୁ, ହେମନ୍ତ ସାହୁ, ଲିଟୁ ସାହୁ, ଶିବାନନ୍ଦ ଥମ୍ବ ଓ ସୁରେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ