ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ରଥ ପଡିଆ ଠାରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି।ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମୃଣ୍ମୟ ପଣ୍ଡା ଙ୍କ ସଭାପତିତ୍ୱ ଓ ମୁଖ୍ୟ ବକ୍ତା ଭାବେ ରହିଥିବା ବେଳେ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧବ ହିକକା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଡେପୁଟି ଡାଇରେକ୍ଟର ଜିଲ୍ଲା ପଶୁ ଚିକିତ୍ସକ  ବିରଞ୍ଚି ନାରାୟଣ ମିଶ୍ର ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା, ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର  ଅଶୋକ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀର କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାମତ୍ସ୍ୟଅଧିକାରୀ ପ୍ରୀତିନନ୍ଦା ପଟ୍ଟନାୟକ, କଲ୍ୟାଣସିଂହପୁର ବ୍ଲକ ପଶୁ ଚିକିତ୍ସକ ଡ଼ଃ ସୁଶୀଲ କୁମାର ସେଠୀ ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଏହାକୁ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଉତ୍ତମ ଦାସ ମଞ୍ଚପରିଚାଳନା ଓ ଅତିଥିଙ୍କ ସ୍ୱାଗତ କରିଥିବା ବେଳେ  ହିନ୍ଦୁସ୍ଥାନି ଓଡିଶୀ ସଂଗୀତ ଓ ନାଚ ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏଥିରେ ୮ଜଣ ଚାଷୀ ଗୋପାଳନ ପାଇ ରାଙ୍ଗନା ଦୋରା,  ମାଛ ଚାଷ ରେ ଧନସିଂ ତିମାକା, ମେଣ୍ଢା ପାଳନ ରେ ଯମୁନା ସାହୁକାର, ପୋଖରୀରେ ମାଛ ଚାଷ ପାଇଁ ଆଲମତି ମହିଳା ସ୍ୱୟଂ ସହାୟକ ଗୋଷ୍ଠି, କୁକୁଡ଼ା ପାଳନ ପାଇ କନ୍ୟାଆମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିମେଣ୍ଟ କୁଣ୍ଡ ରେ ମାଛ ଚାଷ କରି କଞ୍ଜାକା କ୍ରିଷ୍ଣା, କୁକୁଡ଼ା ପାଳନ ସରାଜ କୁମାର ଲକଡା, ମାଛ ଚାଷ ରେ ସୂର୍ଯ୍ୟ ନାରାୟଣ କଣ୍ଟୁ ଓ ପ୍ରକାଶ ଚନ୍ଦ୍ର ମୁଦୁଲି ଙ୍କୁ ପ୍ରମାଣ ପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ  ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଏଥିରେ ୧୪ଟି ପଞ୍ଚାୟତ ରୁ ୨୮୦ଜଣ ଚାଷୀ ନାମ ପଞ୍ଚିକରଣ କରିଥିଲେ। ସରକାରଙ୍କ ପ୍ରତ୍ୟେକ ଯୋଜନା ଗୁଡିକ  ଗ୍ରାମାଞ୍ଚଳରେ କିପରି ପହଞ୍ଚି ବିକଶିତ ହୋଇପାରିବ ଏହାର ମୂଳଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ। ଶେଷରେ  ଗୋଷ୍ଠି ପଶୁ ଚିକିତ୍ସକ ସୁଶୀଲ କୁମାର ସେଠୀ ଦାନ୍ୟବାଦ ଦେଇ ସଭାସାଙ୍ଗ କଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ