ମାଝୀଗୁଡା ହାଟରେ ବେଆଇନ ଗୋ ମାଂସ ବିକ୍ରୀକୁନେଇ ପୋଲିସର ବରୋଧ: ଘଟଣାକୁ ନେଇ ଚାପା ଉତେଜନା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଦୀର୍ଘ ଦଶବର୍ଷ ଧରି ହାଟରେ ବେଆଇନ ଗୋ ମାଂସ ହୋଟେଲରେ ବିକ୍ରି କରୁଥିଲେ। ଏହି ଖବର ଜାଣିବା ପରେ ପୋଲିସର ଚଢ଼ାଉ କରି ରନ୍ଧା ମାଂସରେ ବାଲି ପକାଇବାରୁ ଘଟଣାରେ ଉତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ମାଝୀଗୁଡା ହାଟରେ। ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସର୍ବସାଧାରଣ ସ୍ଥାନରେ ବେଆଇନ ଗୋ ମାଂସ ବିକ୍ରି କରି ଆସୁଥିଲେ ଦୁଇ ବେପାରୀ। ଖବର ପାଇ ପୋଲିସ ଆଜି ମାଝୀଗୁଡା ହାଟରେ ଦୁଇଟି ହୋଟେଲରେ ଗୋ ମାଂସ ବିକ୍ରିକରୁଥିବା ଅଭିଯୋଗରେ ଚଢ଼ାଉ କରିଥିଲା। ୠସେଇ ହୋଇଥିବା ମାଂସରେ ବାଲି ପକାଇ ନଷ୍ଟ କରିଦେଇହିବାରୁ ଘଟଣା ରେ ଉଭୟ ପୋଲିସ ଓ ଗୋ ମାଂସ ବେପାରୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ପାଟିତୁଣ୍ଡ ହେବାପରେ ଟଣା ଓଟରା ହେକୁଥିବେଳେ ପୋଲିସ ଘଟଣା ସ୍ଥଳରୁ ଦୌଡ଼ି ଚାଲିଯାଇଥିଲେ।ହୋଟେଲ ମାଲିକ ପବିତ୍ର ଭତ୍ରା ଓ ଦୁର୍ଯ୍ୟ କୌଶଲ୍ୟା ପ୍ରାୟ ଅଶି କିଲୋ ମାଂସ ବିକ୍ରି ଚାଲୁ କରିଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି ପ୍ରକାଶ କରିଛନ୍ତି। ହାଟକୁ ବିଭିନ୍ନ ଗ୍ରାମରୁ ବେପାରୀମାନେ ଆସୁଥିବାରୁ ଗୋ ମାଂସ ବିକ୍ରି ଚଲାଇଥିଲେ। ଏମିତିକି ପ୍ରତି ମଙ୍ଗଳବାର ଦିନ ପ୍ରାୟ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଗୋମାତାକୁ ହତ୍ୟାକାରୀ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଦିନକୁ ଦିନ ଗୋ ହତ୍ୟା ବଢ଼ି ଚାଲିଥିବାରୁ ପ୍ରସାସନ ଓ ପୋଲିସ ଚୁପ ବସିବା ଘଟଣା ଅଂଚରେ ଚର୍ଚ୍ଚା ହେଉଛି।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ ବେଆଇନ ଗୋ ମାଂସ ବିକ୍ରି ଗୋ ହତ୍ୟା ବନ୍ଦ କରିବା ପାଇଁ ଦାବୀ ହୋଇଛି।


