ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଶଶାଙ୍କ ଶେଖର ନାୟକଙ୍କ ସଭାପତିତ୍ୱ, ଆବାହକ ମୁନିଗୁଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଶଙ୍କର ହିଆଲ ଓ କୃଷି ବିଭାଗ ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ମେଳରେ ମୁଖ୍ୟ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା,ସମ୍ମାନିତ ଅତିଥିଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ଼,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଅଶୋକ କୁମାର ବେହେରା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ପ୍ରାଣୀଧନ ଉତ୍ପାଦନ ଡାଃ ପ୍ରବିର୍ କୁମାର ମହାପାତ୍ର, ଡାଃ ବିରଞ୍ଚି ନାରାୟଣ ମିଶ୍ର,ବିପ୍ର ବେହେରା,ମୁନିଗୁଡା ସହକାରୀ ମତ୍ସ୍ୟ ଅଧିକାରୀ ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ମେଳରେ ଉଦଘାଟନ କରିଥିଲେ।
ପରେ ଅତିଥି ମାନେ ଏହି ମେଳର ମୁଖ୍ୟ ଉଦେଶ୍ୟ ଓ ଏହାର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହ ମତ୍ସ୍ୟ ଓ ପ୍ରାଣିସମ୍ପଦର ଅଭିବୃଦ୍ଧି,ରାଜ୍ୟର ଚାଷୀଙ୍କ ସମୃଦ୍ଧି ସହ ମୁନିଗୁଡ଼ା ବ୍ଲକର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଫଳ ଚାଷୀ ଭାବେ ଜୟନ୍ତୀ ସାହୁ, ତ୍ରିପତି କିଲାକା,ଅଭିନ ଲିମା ଓ ନିରଞ୍ଜନ ସୁବୁଦ୍ଧିଙ୍କୁ ଅତିଥି ମାନେ ଉତ୍ତରୀୟ,ପ୍ରମାଣପତ୍ର ଓ ଆର୍ଥିକରାଶି ଆଦି ପ୍ରଦାନ କରିଥିଲେ। ପରେ ଚାଷୀ ମାନେ ନିଜ ନିଜର ଅଭିଜ୍ଞତା ଉପରେ ଅଭିଭାଷଣ ରଖିଥିଲେ। ସେହିପରି ଶିବାଶିଷ ପ୍ରଧାନ,ଚମ୍ପା ପୁସିକା,ବିସବ୍ରା ବାଗ,ରୋଶନ କୁସୁଲିଆ ପ୍ରମୁଖଙ୍କୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ତରଫରୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଉକ୍ତ ମେଳାରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ୱତୀ ଶବର, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ। ଏହି ମେଳାରେ ମତ୍ସ୍ୟ,ପ୍ରାଣିସମ୍ପଦ,କୃଷି, ଉଦ୍ୟାନ କୃଷି,ବନ ବିଭାଗ,ଓମ୍ଫେଡ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ଷ୍ଟୋଲ ଲଗାଯାଇ ପ୍ରଦର୍ଶନୀ କରାଯାଇଥିଲା। ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ରବିନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


