ପିଏମ୍ ଶ୍ରୀ ନେସନାଲ ହାଇସ୍କୁଲ ଡୁରାରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଡୁରାସ୍ଥିତ ନେସନାଲ ହାଇସ୍କୁଲରେ ୯ ସେପ୍ଟେମ୍ବର, 2026 ରଙ୍ଗେଲୁଣ୍ଡା ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, ଇଣ୍ଡିଆନ ଏନର୍ଜି ବାସ୍କେଟ ୨୦୪୭, ପ୍ରସ୍ପେକ୍ଟ ଆଣ୍ଡ ଚାଲେଞ୍ଜେସ୍, (ଭାରତୀୟ ଶକ୍ତି ସମ୍ଭାର–୨୦୪୭: ସମ୍ଭାବନା ଓ ଆହ୍ୱାନ), ବିଷୟବସ୍ତୁକୁ ନେଇ ପିଏମ୍ ଶ୍ରୀ ନେସନାଲ ହାଇସ୍କୁଲ ଡୁରାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଭାରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ବିଚାରକ ଭାବେ ଡୁରା କଲେଜର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ. ଉଷା ରାଣୀ ବ୍ରହ୍ମା ଏବଂ ଗୋପାଳପୁର କଲେଜର ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ କଳା ଚାନ୍ଦ ଦାସ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଏଜୁକେସନ ଅଫିସର (ଗୋଷ୍ଠୀ ଶିକ୍ଷା ଅଧିକାରୀ) ଶ୍ରୀ ଦେବେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଡକ୍ଟର ଶଙ୍କର ନାରାୟଣ ବେଜୋ, ଏବଂ ଅନ୍ୟତମ ଅତିଥି ଭାବେ ଏବିଓ ଶ୍ରୀ ମଳୟ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ସ|ଫଲ୍ୟ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଏବଂ ବିଏମ୍ସିରୁ ପ୍ରାୟ ପଚିଶଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଭାରତର ଭବିଷ୍ୟତ ଶକ୍ତି ଆବଶ୍ୟକତା, ଅକ୍ଷୟ ଶକ୍ତି, ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ୨୦୪୭ ସୁଦ୍ଧା ଏକ ସ୍ଥାୟୀ ଓ ଆତ୍ମନିର୍ଭର ଶକ୍ତି ବ୍ୟବସ୍ଥା ଗଠନର ସମ୍ଭାବନା ଓ ଆହ୍ୱାନ ସମ୍ପର୍କରେ ନିଜ ନିଜର ଚିନ୍ତାଧାରାକୁ ଉପସ୍ଥାପନା କରିଥିଲେ। ଏହି ପ୍ରତିଯୋଗିତାରେ ମେଡିକାଲ କ୍ୟାମ୍ପସ ହାଇସ୍କୁଲର ଆଶୁତୋଷ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏସ୍.ଏଲ୍.ଏନ୍.ଏମ୍.ଏସ୍. ହାଇସ୍କୁଲ, କୋର୍ପେଟାର ସୁଭ୍ରଜୀତ ସାହୁ ଏବଂ ନେସନାଲ ହାଇସ୍କୁଲ, ଡୁରାର ଜସ୍ମିନ ମହାଙ୍କୁଡ଼ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଭିଭିଗିରି ହାଇସ୍କୁଲ, ବ୍ରହ୍ମପୁରର ର ନୀଲମ ବାଡ଼ତ୍ୟା ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମରେ ନ୍ୟାସନାଲ ହାଇସ୍କୁଲ, ଡୁରାର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଗୀତାଞ୍ଜଳି ପଣ୍ଡା କାର୍ଯ୍ୟକ୍ରମକୁ ସଞ୍ଚାଳନl କରିଥିବା ବେଳେ ନିର୍ମଳା ଦାସ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ।


