ଶ୍ବେତପଦ୍ମା ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ୟୁ.ସି.ପି ଇଂଜିନିୟରିଂ ସ୍କୁଲ ଖେଳ ପଡ଼ିଆ ଠାରେ ବ୍ରହ୍ମପୁର ସ୍ଵଦେଶୀ ଉଦ୍ୟୋଗ ମେଳା ତରଫରୁ ଅନୁଷ୍ଠିତ ସାହିତ୍ୟ ସନ୍ଧ୍ୟା ଅବସରରେ “ଶ୍ବେତପଦ୍ମା ସାହିତ୍ୟ ସଂସଦ” ତରଫରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ କବି ଓ କବୟିତ୍ରୀ ସ୍ବରଚିତ ମନଛୁଁଆ କବିତା ପାଠ କରିଥିଲେ । ଶ୍ବେତପଦ୍ମା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ମିଶ୍ର ସାହିତ୍ୟ ଆସରର ସଭାପତିତ୍ବ କରିଥିଲେ । କାର୍ଯକାରୀ ସମ୍ପାଦିକା ସସ୍ମିତା ମିଶ୍ର ଆସରର ପରିଚାଳନା କରିଥିଲେ । କବୟିତ୍ରୀ ସୁଶ୍ରୀ ସୁଚେତା ପାଣିଗ୍ରାହୀ କବିତା ଗୁଡିକର ସଂଯୋଜନା କରିଥିଲେ । ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଓ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ବି ଏହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ନୀଳକଣ୍ଠ ସାହୁ, ଭିକାରୀ ଚରଣ ମହାପାତ୍ର, ସବିତା ସାହୁ, ମିହିର କୁମାର ରଥଶର୍ମା, ମନମୋହନ ମହାପାତ୍ର, ହରପ୍ରିୟା ସାହୁ, ପୂର୍ଣ୍ଣମ ଦାସ, ଅଶୋକ ମହାନ୍ତି, ଡ. ଲକ୍ଷ୍ମୀନାରାୟଣ ଦାଶ, ଆଡଭୋକେଟ ମନୋଜ କୁମାର ପାଣିଗ୍ରାହୀ, ଜ୍ୟୋସ୍ନା ରାଣୀ ଦେବୀ, କୁସୁମ ପଣ୍ଡା, ବି. ସତ୍ୟମ ଆଚାରୀ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ସସ୍ମିତା ମିଶ୍ର, ସୌଦାମିନୀ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ମିଶ୍ର ସ୍ବରଚିତ କବିତା ପାଠ କରିବା ସହ ହିନ୍ଦୀ ଭଜନ ତଥା ରୋମାଣ୍ଟିକ ହିନ୍ଦୀ ଗୀତ ସଂଗୀତ ପରିବେଷଣ କରିଥିଲେ । ପରିଶେଷରେ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବ ସଫଳ ଓ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥିଲା ।


