ବ୍ଲକ ସ୍ତରୀୟ ଗୀତ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) : ପ୍ରଜ୍ଞାନ ମିଶନ ପକ୍ଷରୁ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗଦରିଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ ସଙ୍ଗୀତ ପାଲକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏଥିରେ ହୀରା ସ୍ୱାଇଁ, ମାନସ ସାହୁ, ମୋନଜ କୁମାର ନାୟକ,ଅପୂର୍ଣା ଦେଓ, ତପସ୍ୱିନୀ ଦାସ,ପୁଷ୍ପାଞ୍ଜଳି ପ୍ରଧାନ,ନନ୍ଦକିଶୋର ସାବତ ପୁସ୍ତିତ ରହିଥିଲେ।ଗୀତରେ ମହତ୍ୱ ଉପୁରେ ମଞ୍ଚାସୀନ ଅତିଥିମାନେ ଗୁରୁ ଜ୍ଞାନ ପ୍ରଦାନକରି ନୀତି ଗୀତା ପଢିବା ପାଇଁ ପରାମସ୍ୟ ଦେଇଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଗୀତା ଆବୃତ୍ତିରେ  କନିଷ୍ଟ ବିଭାଗରେ ପ୍ରଥମ ସ୍ଥାନ ଶ୍ରୀୟା ବେନିଆ, ଦ୍ୱତୀୟା ଲିଜାରାଣୀ ହିକକା, ତୃତୀୟ ଉମା କୁନାକା ଓ ବରିଷ୍ଠ ବିଭାଗ ରେ ପ୍ରଥମ ସ୍ଥାନ ହୁଇକା ସିରନ୍ତି, ଦ୍ଵିତୀୟ କାଜଲ ପରିଡା, ତୃତୀୟ ରଞ୍ଜିତ କାଡ୍ରାକା ପୁରସ୍କୃତ ହୋଇଥିଲେ। ସ୍ୱତନ୍ତ୍ର ଭାବେ ଭୂମିକା ମିଣିଆକାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ବିଚାରକ ଭାବେ ହୀରା ସ୍ୱାଇଁ ମାନସ ସାହୁ,ପୁଷ୍ପାଞ୍ଜଳି ପ୍ରଧାନ, ମନୋଜକୁମାର ନାୟକ ବିଚାରକରୀଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର ପାଢ଼ୀ ପରିଚାଳନା କରିଥିଲେ। ଶେଷରେ ପୁଷ୍ପାଞ୍ଜଳି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ