ମୁନିଗୁଡା ପୋଲିସ ପ୍ରଶାସନ ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ପୋଲିସ ପ୍ରଶାସନ ତରଫରୁ ଥାନା ପରିସରରେ ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ସଭାପତିତ୍ୱ ଓ ଏସଆଇ ବିକାଶ ଦେବନାଥଙ୍କ ସଂଯୋଜନାରେ ଜାତୀୟ ପ୍ରେସ ଦିବସ ଅବସରରେ ମୁନିଗୁଡାର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ସହ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଏସଆଇ ବିକାଶ ଦେବନାଥ ସମାଜରେ ସାମ୍ବାଦିକଙ୍କ ଭୂମିକା, କର୍ତ୍ତବ୍ୟ ଓ ପୋଲିସ ସହ ସୁସମ୍ପର୍କକୁ ନେଇ ପ୍ରଶଂସା କରିଥିଲେ l ଏଥିସହ ସାମ୍ବାଦିକ ମାନଙ୍କ ସାମାଜିକ କ୍ଷେତ୍ରରେ ଗଠନ ମୂଳକ ସହଯୋଗ ଓ ସଦିଚ୍ଛା କାମନା କରିଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମୟରେ ସମ୍ବାଦ ପରିସବେଷଣ କରିବା ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ପ୍ରକାଶ କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ,ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ, ରିପୋର୍ଟର ରିପୋର୍ଟର୍ସ କ୍ଳବର ସଭାପତି ଉମାଶଙ୍କର ନେମାଲପୁରୀ,ଅଜିତ ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଜାତୀୟ ପ୍ରେସ ଦିବସ ଉପରେ ଏବଂ ସମ୍ବାଦ ଓ ସାମ୍ବାଦିକତା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ପୋଲିସ ଓ ସାମ୍ବାଦିକ ଗୋଟିଏ ମୁଦ୍ରାରେ ଦୁଇ ପାର୍ଶ୍ଵ ବୋଲି କହିଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ସମେତ ଥାନା ଏସଆଇ ବିକାଶ ଦେବନାଥ,ମହେଶ୍ୱର ପାଇକ,ଏଏସଆଇ ଜିୟଚିନ୍ଦ୍ର ସାହୁ, ରବିନାରାୟଣ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପହାର ଦେଇ ସମ୍ମାନିତ କରିଥିଲେ l ଶେଷରେ ଏସଆଇ ଶ୍ରୀ ଦେବନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ