ରକ୍ତଦାନ ଶିବିର ଅନୁଷ୍ଠିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ଜଣାଶୁଣା ଯୁବ ଫଟୋ ଓ ଭିଡ଼ିଓଗ୍ରାଫର ଓଡ଼ି. ପ୍ରଦୀପ କୁମାର (ଟିକି )ଙ୍କ ଦ୍ଵାଦଶାହ ସ୍ମୃତି ଅବସରରେ ଶନିବାର  ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖେମୁଣ୍ଡି ସ୍ବେଛାକୃତ ରକ୍ତଦାତା ସଂଘ ପକ୍ଷରୁ ଏନଏସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଏନଏସି କର୍ମଚାରୀ କାହ୍ନା ବେହେରା ପ୍ରଥମେ ରକ୍ତଦାନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ସ୍ବର୍ଗତ ପ୍ରଦୀପ ଙ୍କ ପରିବାର ପକ୍ଷରୁ ତାଙ୍କ ଏକମାତ୍ର ପୁଅ ଓଡ଼ି. ଉମାଶଙ୍କର, ଭାଇ ଓଡ଼ି. ପ୍ରମୋଦ କୁମାର, ଓଡ଼ି. ଅରବିନ୍ଦ, ଓଡ଼ି.ପିଙ୍କିଙ୍କ ସମେତ ପି. ସୁମନ କୁମାର, ସମାଜସେବୀ ଅଳକନାଥ ମିଶ୍ର, ସୌମ୍ୟ ରଞ୍ଜନ ମିଶ୍ର, ଅମରଦୀପ ପଣ୍ଡା, ସୁଶାନ୍ତ କୁମାର ସାହୁ, ଶିବାଶିଷ ପଣ୍ଡା, ମୋନାଶିଷ ପ୍ରଧାନ ଏବଂ ବହୁ ସଂଖ୍ୟକ ଫଟୋଗ୍ରାଫର ରକ୍ତଦାନ କରିଥିଲେ। ଶିବିରରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ ମିଶ୍ର, ସୁଶାନ୍ତ ପାତ୍ର, ନୀଳମାଧବ ଗୌଡ଼, କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା, ରଞ୍ଜିତ ବେହେରା, ରକ୍ତଦାତା ସଂଘ ସଭାପତି ଭି. ଧର୍ମ ରାଜୁ, ସମ୍ପାଦକ ହରପ୍ରସାଦ ରଥ, ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ର, ସମାଜସେବୀ ବସନ୍ତ କୁମାର ପଟ୍ଟନାୟକ, ଭି. ଶ୍ୟାମ ସୁନ୍ଦର ରାଜୁ, ଲଲାଟେନ୍ଦୁ ପଧାନ, ଆଇନଜୀବି ଲକ୍ଷ୍ମୀ ନାରାୟଣ ପାଢ଼ୀ, ମନୋରଞ୍ଜନ ପଣ୍ଡା, ସାମ୍ବାଦିକ ନୀଳମାଧବ ପରମଗୁରୁ, ରବୀନ୍ଦ୍ର ନାଥ ଡାକୁଆ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଶିବିର ପରିଚାଳନା କରିଥିବା ବେଳେ ଯୁବ ସମାଜସେବୀ ଶ୍ରୀଧର ମେକାପ ଓ ଏନଏସି କର୍ମଚାରୀ ବୃନ୍ଦ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ