ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ସାରା ବିକାଶର ଧାରାର ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ l ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସପି ହରିସା ବିସି, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ଯୋଗ ଦେଇ ଗଞ୍ଜାମ ଜିଲ୍ଲାବାସୀ ଙ୍କ ସୁବିଧା ଲାଗି କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସ୍ୱାଗତ ଭାସନ ପ୍ରଦାନ କରିବା ସହିତ ଗଞ୍ଜାମ ଜିଲ୍ଲାବାସୀଙ୍କ ହିତ ପାଇଁ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଗଞ୍ଜାମ ଡ୍ରିମକୁ ନେଇ ପ୍ରସ୍ତୁତ କରାଯାଇଥିବା ୨୫ ଟି ଭିଜନ ପ୍ରକଳ୍ପ ଉପସ୍ଥାପନ କରିଥିଲେ l ଜିଲ୍ଲାର ପ୍ରାୟ ୧ ହଜାର ହେକ୍ଟର ଜମିକୁ ଜଳ ସେଚନ ପାଇଁ ଚାଲିଥିବା ପିପୁଳପଙ୍କା ପ୍ରକଳ୍ପ, ୩୦୫ କୋଟି ଟଙ୍କା ବ୍ୟୟରେ ଆର୍ଯ୍ୟପଲ୍ଲୀ ଫିସିଂ ହାରବର ନିର୍ମାଣ ହେଲେ ୧୦ ହଜାର ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ l ସେହିପରି ୧୯୨ କୋଟି ଟଙ୍କା ବ୍ୟୟ ରେ ହେବାକୁ ଥିବା ଜାତୀୟ ରାଜପଥର ସଂପ୍ରସାରଣ, ୧୫୨ କୋଟି ଟଙ୍କା ବ୍ୟୟ ରେ ଚାଲିଥିବା କଂସାରୀ ଗଣ୍ଡ, ମେଗା ପାନୀୟ ଜଳ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀ ମନ୍ଦିର ନିକଟରେ ବୁଡ଼ ପକାଇବା ପାଇଁ ଚାଲିଥିବା ପ୍ରୋଜେକ୍ଟ, ଗଞ୍ଜାମ ଜିଲ୍ଲାପାଳଙ୍କ ନୂତନ କୋଠା ନିର୍ମାଣ ପିଏମ ଶ୍ରୀ ଓ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଆଦର୍ଶ ଅଙ୍ଗନବାଡ଼ି ଓ ଶିଶୁ ବାଟିକା, ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଉନ୍ନତି ଓ ତାଙ୍କର ଏ ୧ ଗ୍ରେଡ଼ ପାଇଁ ଜିଲ୍ଲାର ଏକ ନିଆରା ପ୍ରୟାସ ପ୍ରଗତି-୧୦,ବ୍ରହ୍ମପୁର କୁ ଅଧିକ ଉନ୍ନତି କରଣ କରିବା ପାଇଁ ଗ୍ରେଟର ବ୍ରହ୍ମପୁର ମହାନଗର ନିଗମ , ପର୍ଯ୍ୟଟକ କ୍ଷେତ୍ରରେ ବିକାଶ, କିଆଫୁଲ ରୁ ପ୍ରସ୍ତୁତ ସାମଗ୍ରୀ ଲାଗି ଇଣ୍ଡଷ୍ଟ୍ରି ନିର୍ମାଣ, ଡ୍ରାଇ ଫିସ ପ୍ରମୋସନ, ସଡ଼କ ସୁରକ୍ଷା ଓ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଭଳି କାର୍ଯ୍ୟକ୍ରମ କରିବା ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ମଞ୍ଜୁର ହୋଇଛି ବୋଲି ଜିଲ୍ଲାପାଳ କହିଥିଲେ l ଏହାସହ ଗଞ୍ଜାମ ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ବିଭିନ୍ନ କ୍ଷେତ୍ରର ଲୋକଙ୍କ ସହିତ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ଚାମ୍ବର ଅଫ କମର୍ସ, ଶିଳ୍ପ ଏବଂ ହୋଟେଲ, ସୁଭଦ୍ରା ଶକ୍ତି, ବରିଷ୍ଠ ନାଗରିକ ଆଦି କ୍ଷେତ୍ର ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ମତାମତ ନେବା ସହିତ ଆଲୋଚନା କରିଥିଲେ l ସମସ୍ତ ମତାମତ ଓ ପ୍ରସ୍ତାବ ଗୁଡିକର କାର୍ଯ୍ୟକାରୀ ଓ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ହରି ଚନ୍ଦନ କହିଥିଲେ l ଗଞ୍ଜାମ ଜିଲ୍ଲାର ସହଯୋଗ ବିନା ବିକାଶର ସ୍ପଷ୍ଠ ଧାରା ଅସମ୍ଭବ l ଏଣୁ ଗଞ୍ଜାମ ଜିଲ୍ଲାର ମଧ୍ୟ ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଲକ୍ଷପତି ଦିଦି, ସୁଭଦ୍ରା ଶକ୍ତି, ଶିଳ୍ପାୟନ କ୍ଷେତ୍ରରେ ଗଞ୍ଜାମ କୁ ଆହୁରି ଆଗେଇ ନେବା ଆବଶ୍ୟକ ବୋଲି ସେ କହିବା ସହିତ ଏଥିପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ଆଲୋଚନା ଚକ୍ର ରେ କହିଥିଲେ l ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶୃତି ର ୨୫ ଟି ମୁର୍ଦା ମଧ୍ୟରୁ ୧୭ ଟି କାର୍ଯ୍ୟକାରୀ ହୋଇଥିବା ମନ୍ତ୍ରୀ କହିଥିଲେ l ବାକି ଗୁଡିକ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଇଛି l ସରକାର ଗଠନରେ ଗଞ୍ଜାମ ଜ଼ିଲ୍ଲା ପ୍ରମୁଖ ଭୂମିକା ରହିଛି l ଜ଼ିଲ୍ଲାବାସୀ ଆମ ସରକାର ବହୁ ଜନପ୍ରତିନିଧିଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି l ଏଥିପାଇଁ ଆମ ସରକାର ଜ଼ିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଉଛୁ l ଗଞ୍ଜାମ ଜ଼ିଲ୍ଲାର ବିକାଶ ପାଇଁ ଆମ ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି l ଏହି ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା, ଡ଼ିଏଫଓ ସନ୍ନି ଖୋଖର, ଅଷ୍ଟମ ବାଟାଲିୟନ ର କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଶିକ୍ଷାନବିଶ ଆଇଏଏସ ସୁଶ୍ରୀ ସାରନ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ପରେ ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ ରେ ଚାଲିଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଆନ୍ୟକୁଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନ୍ତ୍ରୀ ଉଦଘାଟନ କରିଥିଲେ l


