ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର

ହାଟଡିହି (ଓ୍ବାଇଏନଏସ): ସେବା ସଂକଳ୍ପ ଅଭିଯାନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକ ଷଡ଼ଙ୍ଗ ପିଏମଶ୍ରୀ ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସେବା ପକ୍ଷ ପାଳନ ଅବସରରେ ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ, ରୋଗୀଙ୍କୁ ଫଳ ବଣ୍ଟନ ଭଳି କାର୍ଯ୍ୟକ୍ରମ ହେଉଥିଵା ବେଳେ ଶାଳନିଆଁ ବିଜେପି ମଣ୍ଡଳ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ, ମଣ୍ଡଳ ସଭାପତି ଜଗନ୍ନାଥ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ବିଡ଼ିଓ ରଞ୍ଜନ କୁମାର ପରିଡା , ଏବିଡ଼ିଓ ରଶ୍ମିରେଖା ନାଇକ, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରୁ ମୋଟ ୫୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ ଏଲଟି ଏବଂ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ବିଜେପି ନେତ୍ରୀ ମିନତୀ ମହାପାତ୍ର, ସମାଜସେବୀ ଧବଳେଶ୍ୱର ପଟ୍ଟନାୟକ, ଷଡ଼ଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଗୌରାଙ୍ଗ ନାୟକ, ସୁରେନ୍ଦ୍ର କାଣ୍ଡି, ରମାକାନ୍ତ ନାୟକ, ଦିପୁ ସାଶିନି,  ସୁଶାନ୍ତ ସାହୁ, ଅନନ୍ତ ବେହେରା, ସୁଧାଂଶୁ ଶେଖର ବେହେରା, ଅଭିନାଶ ସେନାପତି, ସୁନୀଲ ନାୟକ, ପ୍ରକାଶ ସ୍ୱାଇଁ, ରମାକାନ୍ତ ନାୟକ, ଅଧର କୁମାର ବେହେରା, ଆଲୋକ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ଅନେକ ବିଜେପି କର୍ମକର୍ତ୍ତା ଓ  ଯୁବ ବର୍ଗ ସାମିଲ ହୋଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ