ଅନ୍‍ଲାଇନ୍‍ ଔଷଧ ବିକ୍ରୀକୁ ବିରୋଧ : ୨୦ ରେ ବନ୍ଦ ରହିବ ଔଷଧ ଦୋକାନ

ଆସିକା  (ୱାଇଏନ୍‍ଏସ୍‍): ସର୍ବଭାରତୀୟ କେମିଷ୍ଟ ଏଣ୍ଡ୍‍ ଡ୍ରଗିଷ୍ଟ ଏସୋସିଏସନ୍‍, ଉତ୍କଳ କେମିଷ୍ଟ ଏଣ୍ଡ୍‍ ଡ୍ରଗିଷ୍ଟ ଏସୋସିଏସନ୍‍, ଗଞ୍ଜାମ-ଫୁଲବାଣୀ କେମିଷ୍ଟ ଏଣ୍ଡ୍‍ ଡ୍ରଗିଷ୍ଟ ଏସୋସିଏସନ୍‍ (ବ୍ରହ୍ମପୁର)ର ଆହ୍ୱାନକ୍ରମେ ୩ ଦଫା ଦାବୀ ପୂରଣ ଲାଗି ଆସିକା ୨୦ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ଦିନିକିଆ ଔଷଧ ଦୋକାନ ବନ୍ଦ କାର୍ଯ୍ୟକ୍ରମକୁ ଆସିକା ଅଞ୍ଚଳରେ ଶତ ପ୍ରତିଶତ ସଫଳତାର ସହ ପାଳନ କରିବା ପାଇଁ ସଂଘର ଆସିକା ଶାଖା ପକ୍ଷରୁ ପ୍ରଚାର ପତ୍ର ବଣ୍ଟନ ସହାୟତାରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବା ଦେଖିବାକୁ ମିଳିଛି । ଔଷଧର ଅନ୍‍ଲାଇନ୍‍ ବିକ୍ରୟ ବନ୍ଦ କରିବା ଏବଂ କର୍ପୋରେଟ୍‍ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଓ ନକଲି ଔଷଧ କାରବାରକୁ ଏଡାଇବା ଦାବୀରେ ସର୍ବଭାରତୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍‍ ଓ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍‍ର ଆହ୍ୱାନ ସାଙ୍ଗକୁ ଗଞ୍ଜାମ-ଫୁୁଲବାଣୀ କେମିଷ୍ଟ ଏଣ୍ଡ୍‍ ଡ୍ରଗିଷ୍ଟ ଏସୋସିଏସନ୍‍ (ବ୍ରହ୍ମପୁର)ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଓ ସଂପାଦକ ପି.ସତ୍ୟନାରାୟଣଙ୍କ ପରାମର୍ଶକ୍ରମେ ଆସନ୍ତା ୨୦ ତାରିଖ ବୁଧବାର ଦିନ ଦିନିକିଆ ଔଷଧ ଦୋକାନ ବନ୍ଦ କାର୍ଯ୍ୟକ୍ରମକୁ ଆସିକା ଅଞ୍ଚଳରେ ସଫଳ କରିବା ଲାଗି ସଂଘର ଆସିକା ଶାଖା ସଭାପତି କେ.ଗୋପାଳକୃଷ୍ଣ ସେନାପତି, ଉପସଭାପତି ୟୁ.ସଂଜୟ କୁମାର ପାତ୍ର, ସଂପାଦକ ବିଭୁତି ଭୂଷଣ ସେନାପତି, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ କେ.ଦୀପକ କୁମାର ସେନାପତି, ସୂର୍ଯ୍ୟନାରାୟଣ ଶତପଥୀ, କେ.କ୍ଷୀରାବ୍ଦି ପାତ୍ର, କେ.ସନ୍ତୋଷ କୁମାର ସେନାପତି, ସନ୍ତୋଷ କୁମାର ନାୟକ, ଦେବବ୍ରତ ମିଶ୍ର, ଏଲ୍‍.ଲକ୍ଷ୍ମୀକାନ୍ତ ପାତ୍ର, ପି.ମନୋଜ କୁମାର ପାତ୍ର, ମହେନ୍ଦ୍ର କୁମାର ସାହୁ, ସିଦ୍ଧାର୍ଥ ବେହେରା, ହରିକୃଷ୍ଣ ପଟ୍ଟନାୟକ, ବିଜୟ କୁମାର ପାତ୍ର, କେ.ପ୍ରସାଦ ସେନାପତିଙ୍କ ସମେତ ସଂଘର ବହୁ ସଦସ୍ୟ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରୁଥିବା ଦେଖିବାକୁ ମିଳୁଛି । ଅନ୍‍ଲାଇନ୍‍ରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନଥିବା ବେଳେ ଅତୀତରେ କୋଭିଡ୍‍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍‍ଲାଇନ୍‍ରେ ଦେବାକୁ ଅନୁମତି ପ୍ରଦାନ କରିଥିଲେ । ତେବେ ସାଂପ୍ରତିକ ପରିସ୍ଥିତିରେ ସ୍ଥିତି ସୁଧୁରିଯିବା ପରେ ମଧ୍ୟ ଅନ୍‍ଲାଇନ୍‍ରେ ଔଷଧ ବିକ୍ରୀ ଅନୁମତିକୁ ପ୍ରତ୍ୟାହାର କରାଯାଇନାହିଁ । ଯାହାରି ଫଳରେ ଘରୋଇ ଔଷଧ ଦୋକାନୀମାନଙ୍କ ବ୍ୟବସାୟରେ ନାନା ସମସ୍ୟା ସୃଷ୍ଟି ହେଉଛି । ତେଣୁ କୋଭିଡ୍‍ ସମୟରେ ଜାରି କରାଯାଇଥିବା ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରି ଅନ୍‍ଲାଇନ୍‍ରେ ଔଷଧ ବିକ୍ରୀ ସଂପୁର୍ଣ୍ଣ ବନ୍ଦ କରିବାକୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ