ଶାଳୁଆପଲି ଠାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଶାଳୁଆପଲି ଠାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ସାଳୁଆପଲ୍ଲୀ ନିକଟରେ ପାଇଲି ପଡା ଗ୍ରାମର ଅନନ୍ତ ସ୍ୱାଇଁ ବାଇକରେ ଯାଉଥିବା ବେଳେ ବିଜୟ କୁମାର ସାହୁ(୫୨) ବିଲରୁ ଫେରୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟେ ଗୁରୁତର ହୋଇ ରାସ୍ତାରେ ପଡିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ବିଜୟ କୁ ମୃତ ଘୋଷଣା କରିଥିବା ବେଳେ ଅନନ୍ତକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।