ବାଇକ ସହ ଗଞ୍ଜେଇ ଜବତ : ଯୁବକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା କର୍ମଚାରୀ ବୃନ୍ଦ ମଙ୍ଗଳବାର ସକାଳେ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟରାସ୍ତା କଡ଼ରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରୁ ବାଇକ ସହ ଗଞ୍ଜେଇ ଜବତ କରିଛନ୍ତି।  ଗଞ୍ଜେଇ ଚୋରାଚାଲାଣ ମାମଲାରେ ଜଣେ ଯୁବକ ଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପନାଗୁଡା ଗ୍ରାମର ଲୁସିୟାନ ବୀର। ଅଭିଯୁକ୍ତ ଜଣକ ସକାଳ ସାଢେ ୬ ଟା ସମୟରେ ଏକ ବାଇକ ନଂ. ( ଓଡି୦୭ ଏସ୍ ୮୨୫୭) ଯୋଗେ ଗଞ୍ଜେଇ ନେଇ ଗଜପତି ଜିଲ୍ଲା ମୋହନ ରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିଲା । ଅବକାରୀ କର୍ମଚାରୀ ବୃନ୍ଦ ବିଶେଷ ସୁତ୍ରରୁ ଖବରପାଇ ଯୁବକଙ୍କ ବାଇକ କୁ ପିଛା କରି ଦିଗପହଣ୍ଡି ଥାନା ନିକଟସ୍ଥ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୦ କେଜି ୨ ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଯୁବକଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ ଗିରଫ କରିଥିଲେ । ଏନେଇ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୧୩୦ /୨୬-୨୭ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି । ଏହି ଚଢ଼ାଉ ଧରପଗଡ଼ ରେ ଅବକାରୀ  ଏ ଏସ୍ ଆଇ ଏନ୍. ତ୍ରିପତୀ , କନେଷ୍ଟବଳ ରାଜେଶ ଜେନା ,ବଳରାମ ପାତ୍ର , ଆଲଫଲତା ସାହୁ , ଏସ.କେ ରାଜେଶ ଉଦ୍ଦିନ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ