କ୍ଳଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ଅଧିନ ବଜାପଲ୍ଲୀ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଗୋକର୍ଣ୍ଣପୁର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଙ୍କ ପୌରହିତ୍ୟରେ ଆୟୋଜିତ ମହୋତ୍ସବରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ରୂପେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଜିଲା ସଭାପତି ହରପ୍ରସାଦ ରଥ ଏବଂ ସମ୍ମାନୀତ ଅତିଥି ଭାବେ ଏବିଇଓ ବାଳା ମାଝୀ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର, ବିଜୟ କୁମାର ଗୌଡ଼, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସମ୍ପାଦକ ଆଲୋକ ବିଷୋୟୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନଶିକ୍ଷୟିତ୍ରୀ ମମତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ । ଗୋକର୍ଣ୍ଣପୁର କ୍ଲଷ୍ଟର ସିଆରସିସି ସରିତା ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ ରେ ଏନପିଏସ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର ଗୌଡ଼ ମଞ୍ଚ ପରିଚାଳନା କରିଥିଲେ । କ୍ଲଷ୍ଟର ଅଧିନସ୍ଥ ୧୦ ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବିଭିନ୍ନ ନୃତ୍ୟ କଳା ଓ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନରେ ସମସ୍ତ କୃତି ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ,ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ବଜାପଲ୍ଲୀ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


