କାର ଦୁର୍ଘଟଣା ଗ୍ରସ୍ତ, ଦୁଇ ଗୁରୁତର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ବାମ ପାଶ୍ୱର୍ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ କାର ଚାଳକ ଓ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ôଚ ୨ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିଛି । ଗୁରୁତର ଦୁଇ ଜଣ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ବୋଲି ଜଣାଯାଇଛି । ପ୍ରଚୁର ମଦ୍ୟପାନ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଏହି ଦୁର୍ଘଟଣା ପୂର୍ବରୁ ପ୍ରଥମେ ବନ୍ତ ଡିଗି ପୋଖରୀ ଛକ ଠାରେ ଉକ୍ତ କାର ଚାଳକ ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇ ଦ୍ରୁତ ଗତିରେ ଖସି ପଳାଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।


