ଗଞ୍ଜେଇ ସହ କାର ଜବତ: ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫) ନାମକ ଜଣେ ଯୁବକ ଙ୍କୁ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୬୩/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ପାଟପୁର ଥାନା ଏସ.ଆଇ ତ୍ରିନାଥ ଭୋଇ,ଏଏସଆଇ କୃଷ୍ଣଚନ୍ଦ୍ର ଦାସ, ଏବଂ ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା,କନେଷ୍ଟବଳ ସୁକାନ୍ତ ନାୟକ,ରିଙ୍କୁ ବେହେରା,ରମାକାନ୍ତ ମଲ୍ଲିକ ଚଳାଉଥିବା ଥାନା ଗାଡ଼ି ରେ ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ସାନ୍ଧ୍ୟ କାଳୀନ ପାଟ୍ରୋଲିଂ କରିବା ସହ ୩୨୬ ନଂ ଜାତୀୟ ରାଜପଥ ରେ ଯା ଆସ କରୁଥିବା ମୋଟର ଯାନ ଖାନ ତଲାସ କରି ଯାଞ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ଏକ କଳା ରଙ୍ଗର ହୋଣ୍ଡା କାର (ନଂ. ଓଡ଼ି୦୨ ଜି -୩୪୪୪) ଟିକୁ ପୋଡ଼ାମାରି ଫାଣ୍ଡି ନିକଟରେ ଅଟକାଇ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଆଶିଷ କୁମାର ନାୟକ ଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇ ଓଜନ କରିବାରୁ ତାହା ୪୫ କେଜି ୨ ଶହ ଗ୍ରାମ ହୋଇଥିଲା। ଏନେଇ ଏସଆଇ ତ୍ରିନାଥ ଭୋଇ ଥାନାରେ ଏତଲା ଦେବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଏସ.ଆଇ ଶ୍ରୀନିବାସ ଦାସ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ଏସ.କେ. ଇମାଦାର ତରଫଦାର ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କାର ଓ ଗଞ୍ଜେଇ କୁ ଜବତ କରିଥିଲେ। ସୂଚନା ପ୍ରକାରେ ରୀତିମତ ଗଜପତି ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଗଞ୍ଜେଇ ବ୍ରହ୍ମପୁର ସମେତ ପଡୋଶୀ ଆନ୍ଧ୍ର,ତେଲେଙ୍ଗାନା ଓ ଛତିଶଗଡ଼,ଚେନ୍ନାଇ ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ରୀତିମତ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ମୋଟର ତନଖି କରି ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ ଏସ.ଆଇ ତ୍ରିନାଥ ଭୋଇ କହିଛନ୍ତି।


