ଜିଓ ଟାୱାରରୁ ବ୍ୟାଟେରୀ ଚୋରୀ ମାମଲା, ୬ ଗିରଫ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକର ଦୁଇଟି ଜିଓ ଟାୱାର ରୁ ୧୪୮ ଟି ବ୍ୟାଟେରୀ ଚୋରୀ ଘଟଣା ର ପର୍ଦାଫାଶ କରିଛନ୍ତି ଲକ୍ଷ୍ମୀପୁର ଏସଡିପିଓ ମନୋଜ ବେହେରା।ଏକ ସାମ୍ବାଦିକ ସମ୍ମିଳନୀ କରି ଏସଡ଼ି ପିଓ ସୂଚନା ଦେଇଛନ୍ତି କି ଗତ ଆଠ ତାରିଖ ଦିନ ଦିପ୍ରହର ରେ ପ୍ରାୟ ଆଠ ଜଣ ବ୍ୟକ୍ତି ଜିଓ କମ୍ପାନୀ ର କର୍ମଚାରୀ ଭାବେ ଟାୱାର ନିକଟରେ ପହଂଚି ନୁଆଁ ବ୍ୟାଟେରୀ ଗୁଡିକ କାଢ଼ିକି ନେଇଁ ଯାଇଥିଲେ।ପ୍ରଥମେ ବନ୍ଧୁଗାଁ ବ୍ଲକ ର ପେଦ ଲଡା ଗାଁ ରେ ଲାଗିଥିବା ଜିଓ ଟାୱାର ରୁ ୯୪ ଟି ବ୍ୟାଟେରୀ ଚୋରୀ କରିବା ପରେ ନାରାୟଣ ପାଟଣା ବ୍ଲକ ପିଚୁଡ଼ି ଗାଁ ରେ ଲାଗିଥିବା ଜିଓ ଟାୱାର ର ୫୪ ଟି ବ୍ୟାଟେରୀ ଚୋରୀ କରିଥିଲେ।ଏହି ଚୋରୀ ଘଟଣା ରେ ଜିଓ କମ୍ପାନୀ ରେ କାର୍ଯ୍ୟରତ ର ଦୁଇଜଣ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଅନ୍ୟ ମାନେ ବନ୍ଧୁଗାଁ ଅଂଚଳର ବୋଲି କୁହାଯାଇଛି। ବ୍ୟାଟେରୀ କାଢି ନେଉ ଥିବା ସମୟ ରେ କିଛି ଗ୍ରାମବାସୀ ସନ୍ଦେହ ରେ ମୋବାଇଲ ରେ ସେମାନଙ୍କ ଫୋଟ ଲୁଚି ଛୁପି କାଢି ଥିବା ବେଳେ ତାହା ପୋଲିସ କୁ ହସ୍ତାନ୍ତର କରିଥିଲେ। ଜିଓ କମ୍ପାନୀର ସୁନୀଲ ସୁନାମୁଦୀ ନାମକ କର୍ମଚାରୀ ଏନେଇଁ ଅଭିଯୋଗ କରିବା ପରେ ପୋଲିସ ଖୋଳ ତାଡ଼ କରି ଛ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୬ ଟି ବ୍ୟାଟେରୀ, ଛ ଟି ମୋବାଇଲ, ଦୁଇଟି ମୋଟର ସାଇକେଲ,ଗୋଟିଏ ମ୍ୟାକ୍ସ ପିକ ଅଫ୍ ଭ୍ୟାନ, ଓ ଗୋଟିଏ ବୋଲେରୋ ଗାଡି ଜବତ କରିଛି… ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ ରେ ଏଡ଼ ଗୁମ ବାଲସା ଗାଁ ର ମେଲେକା ରବୀନ୍ଦ୍ର, ଜିଓ କମ୍ପାନୀ ରେ କାର୍ଯ୍ୟରତ ଯାଜପୁର ର ସୁନୀଲ କୁମାର ସାହୁ, ସାନ ସରପଲି ର ମନୋଜ କୁମାର ସାହୁ ଓରଫ ଯୁଧିଷ୍ଠିର,, ମୁନା କାଡ୍ରାକା, ଭ୍ୟାନ ଡ୍ରାଇଭର ପବନ ନାରା, ଟିକିନା ୱାଟେ କା ପ୍ରମୁଖ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସିନ୍ଧୁ ସାରକା ପ୍ରକାଶ କରିଛନ୍ତି। ଘଟଣା ରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି।ଦିନ ଦ୍ୱିପ୍ରହର ରେ ଜିଓ ର କର୍ମଚାରୀ ଓ କର୍ମଚାରୀ ବେସ ରେ ଚୋରୀ କରିବା ବର୍ତ୍ତମାନ ସବୁଠାରୁ ମୁଖ୍ୟ ସମସ୍ୟା ହୋଇ ରହିଛି।


