ଚୋରାମଦ ଜବତ, ୮ ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଅଧଖଣ୍ଡମଥାସାହି ଗ୍ରାମର ସାଗର ମଳିକ(୨୯)ଙ୍କ ଠାରୁ ୪୨ ଲିଟର ବିଦେଶୀ ମଦ ସମେତ ଏକ ଗୋଟି ମୋଟର ସାଇକେଲ, ନୂଆଗାଓଁ ଗ୍ରାମର ଅଧିକାରୀ ସାମଲ(୩୨)ଙ୍କ ଠାରୁ ୩୧ ଲିଟର ବିଦେଶୀମଦ ସମେତ ଏକ ଗୋଟି ମୋଟରସାଇକେଲ, ନିଳକଣ୍ଠପୁର ଗ୍ରାମର ଅଜୟ କୁମାର ସ୍ୱାଇଁ(୨୪)ଙ୍କ ଠାରୁ ୪୫ ଲିଟର ଦେଶୀମଦ ସମେତ ଏକ ଗୋଟି ମୋଟର ସାଇକେଲ, ଶ୍ୟାମସୁନ୍ଦରପୁର ଗ୍ରାମର ମିନା ଦାସ(୩୧)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ଜମଧର ଗ୍ରାମର ବିଜୟ ଗିରି(୩୫)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ରାଜନଗର ଗ୍ରାମର ସୁଶାନ୍ତ କୁମାର ମଳିକ(୩୧)ଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, ରାଧାମଳିପୁର ଗ୍ରାମର ମଣ୍ଟୁୁ ମାଇତୀ(୩୯)ଙ୍କ ଠାରୁ ୧୪ ଲିଟର ଦେଶୀ ମଦ, ବଘାମାରି ଗ୍ରାମର ବିଜୟ ଗିରି(୨୪)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୩ ଗୋଟି ମୋଟର ସାଇକେଲ ସମେତ ସମୁଦାୟ୨୩୦ ଲିଟର ବିଦେଶୀ ଓ ଦେଶୀ ଚୋରାମଦ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର , ସହକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ମଳିକ, ଜଗନ୍ନାଥ ବେଶରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ