ମାଁ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ବଗିଚାସାହି ଠାରେ ନିର୍ମିତ  ହୋଇଥିବା ମାଁ ସନ୍ତୋଷୀଙ୍କ ମନ୍ଦିରରେ ସନ୍ତୋଷୀ ମାଁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ପ୍ରାତରେ ମନ୍ଦିରର ମୁଖ୍ୟ ସେବକ ଗଙ୍ଗାଧର ବେହେରା ମାଁ ଙ୍କ ସମସ୍ତ ଅବକାଶ ମଇଲାମ କାର୍ଯ୍ୟ ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ସ୍ନାନ ଓ ମଙ୍ଗଳା ଆରତୀ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ଏହି ଅବସରରେ ପୁରୋହିତ ନିକୁଞ୍ଜ ଶତପଥୀଙ୍କ ପୌରାହିତ୍ୟରେ ସ୍ଥାନୀୟ ମୁନିଖୋଲ ନଦୀ ପରିସରରେ କଳସ ସ୍ଥାପନ କରିବା ସହ ଗଙ୍ଗା ଆବାହନ ପୂଜା କରିଥିଲେ। ପରେ ଶତାଧିକ ମହିଳା ଓ ଯୁବତୀ ମାନଙ୍କୁ ନେଇ ନଦୀ ପରିସରରୁ ପାରମ୍ପରିକ ବାଦ୍ୟ ଓ ସଂକୀର୍ତନ ମଣ୍ଡଳୀ ସହ ଏକ ବିଶାଳ କଳସ ଯାତ୍ରାରେ ସହର ପରୀକ୍ରମା କରି ମନ୍ଦିର ପରିସରରେ ପହଞ୍ଚିଥିଲେ। ସେଠାରେ ସମସ୍ତ କଳସ ସ୍ଥାପନ କରିବା ପରେ ପୁରୋହିତ ଶ୍ରୀ ଶତପଥୀ ମଣ୍ଡଳକରଣ,ମଣ୍ଡଳ ପୂଜା, ହୋମଯଜ୍ଞ,ପୂର୍ଣ୍ଣାହୁତି,ପୁଷ୍ପାଞ୍ଜଳି ଓ ନଗର ପରୀକ୍ରମା ସହ ବିଭିନ୍ନ ପୂଜାର୍ଚନା କରାଯାଇଥିଲା। ଏଥିସହ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ତା ଭାବେ ମନ୍ଦିର କମିଟିର ସଦସ୍ୟ ବିରଞ୍ଚି ନାରାୟଣ ମିଶ୍ର ଓ ଧର୍ମପତ୍ନୀ ବନିତା ମିଶ୍ର କାର୍ଯ୍ୟ ତୁଲାଇଥିଲେ। ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବକୁ ମନ୍ଦିର ପରିଚାଳନା କମିଟିର ସଭାପତି ଶୁକ୍ରୁ ବେହେରା,ସମ୍ପାଦକ ସୁଦର୍ଶନ ସାହୁ, କୋଷାଦକ୍ଷ ଧରଣୀ ବେହେରା, ଶତ୍ରୁଘନ ଦୋରା, ପଦ୍ମ ବେହେରା,ରାଜୁ ବେହେରା, ଶମ୍ଭୁ ବେହେରା, ଜଳନ୍ଧର ବେହେରା,ପବିତ୍ର ବେହେରା,ରାଜକିଶୋର ବେହେରା, ଟିକେରାମ ବେହେରା,ଯୁଜେଷ୍ଟି ବେହେରା,ମାଧବ ବେହେରା, ଯୁଗେଶ୍ୱର ବେହେରା, ସଦାନନ୍ଦ ବେହେରା,ଉମା ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ଓ ବଗିଚାସାହି ବାସିନ୍ଦା ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ