ଶତାୟୁ ଦୈତାରୀ ମହାନ୍ତିଙ୍କ ପରଲୋକ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ମୁଣ୍ଡାଳ ଗ୍ରାମର ଶତାୟୁ ମୁରବୀ ଦୈତାରୀ ମହାନ୍ତି (୧୦୫) ଙ୍କର ରବିବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଜଣେ ଧାର୍ମିକ , ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଭାବରେ ନାଉଗାଁ ଅଞ୍ଚଳରେ ପରିଚିତ ଥିଲେ | ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ | ରବିବାର ଦେହ ଅସୁସ୍ଥ ଲାଗିବାରୁ ପରିବାର ପକ୍ଷରୁ ଚିକିତ୍ସା ପାଇଁ ଡାକ୍ତର ଙ୍କୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ | ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ତାଙ୍କର ମୃତ୍ୟୁ ଖବର ପାଇବା ପରେ ନାଉଗାଁ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ ବିୟୋଗ ରେ ବିଧାୟକ ଅମରେନ୍ଦ୍ର ଦାସ , ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି , ଚିରଞ୍ଜିବି ବିଶ୍ୱାଳ, ଡ଼ା ଲଲାଟେନ୍ଦୁ ମହାପାତ୍ର ଅଲଣା ପଞ୍ଚଯାତର ସରପଞ୍ଚ ଚନ୍ଦ୍ରମଣି ବେହେରା , ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ସୁଶାନ୍ତ ମଲ୍ଲିକ , ତିହୁଡା ଗୁରୁକୃପା କୁଟୀର ର ବାବା ସତ୍ୟାନନ୍ଦ ଦାସ, ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା , ସୁନୀଲ ମାଟିଆ ଙ୍କ ସମେତ ସମସ୍ତ ଗ୍ରାମବାସୀ ଶୋକ ବ୍ୟକ୍ତ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା | ପୁଅ କିଶୋର କୁମାର ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ଝିଅ ଅମ୍ବିକା ମହାନ୍ତି ଓ ଜୋଇଁ ଜର୍ମାନ ରାୟ ନାତି ନାତୁଣୀ ପରିବାର ବର୍ଗ ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ |


