“ଛଅ “ମୌଜା ସୁବର୍ଣ୍ଣ ଜୟନ୍ତୀ ପାଲା ଉଦଯାପିତ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ତ ହରି ସହଦେଵ ଗୋ -ଗୋଷ୍ଠ ପଡିଆ ମାଳଦାରେ ମାର୍ଚ୍ଚ ୩ ତାରିଖ ରୁ ଆରମ୍ଭ ହୋଇଥିବା ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୋମବାର ଉଦୁଯାପିତ ହୋଇଛି। ସେହି ଭଲ ପାଇବା, ସେହି ଉତ୍ସକତା, ପାଲା ଦେଖିବାକୁ ସମସ୍ତ ଙ୍କ ମନରେ ସେହି ଉତ୍ସାହ। ଦର୍ଶକ ଙ୍କୁ ଆତ୍ମ ବିଭୋର କଲା ବାଦୀ ପାଲା। ପୁରୁଣା ଲୋକକଳା କୁ ଉଜ୍ଜୀବିତ ରଖିବାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନିକଟସ୍ତ ମାଳଦା, ସିଲାରୀ, କନ୍ତପଏଁରା, ଅଣଚମ୍ପା, ହରିଣୀହୁଳା, କୁହୁଡି, ବସ୍ତଡିହ, ସୋଲପାଟିଆ, ଜାମୁଗାଁ ଓ ରଘୁନାଥପୁର ପ୍ରଭୂତି ଗ୍ରାମ ମାନଙ୍କୁ ନେଇ  “ଛଅ “ମୌଜା ର ଅଧିବାସୀ ମାନଙ୍କ ପ୍ରଗାଢ଼ ନିଷ୍ଠା, ଉତ୍ସାହ ଓ ଉଦ୍ୟମ ରେ ୫୦ବର୍ଷରେ ପହଁଚିଛି ବାଦୀ ପାଲା। ଯାହାକି ଆୟୋଜନ କମିଟି କର୍ମକର୍ତା ଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗନ୍ନାଥ ବେହୁରା ନିଜ ବକ୍ତବ୍ୟରେ ପ୍ରଶଂସା କରିଥିଲେ। ସୋମବାର ଉଦୁଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଯୁବଉଦ୍ୟୋଗୀ ତଥା ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ବେହୁରା, ମୁଖ୍ୟବକ୍ତା ଶିକ୍ଷାବିତି କାଳନ୍ଦୀ ଚରଣ ଛାଟୋଇ, ସଂମ୍ମାନିତ ଅତିଥି ସତ୍ୟ ନାରାୟଣ ସାଂସ୍କୃତିକ ପରିଷଦ ସଭାପତି ରବୀନ୍ଦ୍ର କୁମାର ସାମନ୍ତରାୟ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ଓ ସହ ସମ୍ପାଦକ ହରିହର ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ମଞ୍ଚାସିନ ବରେଣ୍ୟ ଅତିଥି ବୃନ୍ଦ ଓଡିଶାର ଲୋକକଳା ପାଲା ସଂସ୍କୃତିକୁ ସବୁଦିନ ପାଈଁ ଉଜ୍ଜୀବିତ କରି ରଖିବା ପାଈଁ ଗାୟିକା ଙ୍କ ସହଯୋଗ କାମନା କରିଥିଲେ। ପରିଶେଷରେ ଗାୟିକା ବାଗ୍ନିବାଣୀ ଉର୍ମିଳା ସାହୁ ଙ୍କ ଦ୍ୱାରା ପରିବେଷିତ “ତୁମେ ସଂସାରରେ ଶୁଭ ଲକ୍ଷ୍ମୀ ବଲ୍ଳଭ,ରାଧାପାଦ ଦର୍ଶନ, ବାରମାସୀ ଗୀତ ଏବଂ ମହାଦେବ ସ୍ତୁତି ଉପସ୍ଥିତ ଦର୍ଶକ ଙ୍କ ଲୋକପ୍ରିୟ ହୋଇଥିଲା। ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଲବ୍ଧ ପ୍ରତିଷ୍ଠିତ ଗାୟିକା ବାଗ୍ନିବାଣୀ ଉର୍ମିଳା ସାହୁ ଓ ସାଥି କଳାକାର ଙ୍କୁ ସମ୍ବର୍ଦ୍ଧିତ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପାଲା ଛଅ “ମୌଜା ଅଞ୍ଚଳ ସମେତ ଏହାର ଆଖପାଖ ଅଂଚଳରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ