ଚୈତାଳୀ କବିତା ଅ।ସର ଓ ସାଂସ୍କୃତିକ ଉତ୍ସବ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଂଚାୟତର କେଉଟଜଙ୍ଗା ଗ୍ରାମ ସନ୍ନିକଟ ପ୍ରାଚୀ,କାଦୁଅ।,ମହୋଦଧିର ପବିତ୍ର ମିଳନ ସ୍ଥଳ କେଳୁଣୀ ପୀଠରେ ଚଇତି ପର୍ବ ପାଳନ ଅବସରରେ ରାଜ୍ୟ ସ୍ତରୀୟ ଚୈତାଳୀ କବିତା ଅ।ସର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଅବସର ପ୍ରାପ୍ତ ନୌସେନା ଅଧିକାରୀ ତଥା ପ୍ରାଚୀ ପୁନଃଉଦ୍ଧାର ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା କାକଟପୁର ମାଟିର ସନ୍ତାନ ଶ୍ରୀଯୁକ୍ତ ବିଦ୍ୟାଧର ନାୟକ ,ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାର ଜଗନ୍ନାଥ ସଂସ୍କୃତି ଗବେଷକ,ପବଚ୍ଚକ ତଥା ଇଂରାଜୀ ପ୍ରଫେସର ଡ.ଗୁରୁ ପ୍ରସାଦ ମହାପାତ୍ର , ପ୍ରାଚୀଧାରା,ଇତିହାସାୟନ,ହିମାଳୟ ଭଳି ପୁସ୍ତକର ମୁଖ୍ୟ ସଂପାଦକ ତଥା କାକଟପୁର ମଙ୍ଗଳା ମହାବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିତ୍ର,ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରକ୍ତନ୍ ସଂସ୍କୃତ ଶିକ୍ଷକ ତଥା ବିଶିଷ୍ଟ କବି ଓ ଲେଖକ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ଛାଟୋଇ,ସମ୍ବାଦ ସାହିତ୍ୟ ଘର ,ଅସ୍ତରଙ୍ଗ ବ୍ଲକର ଉପ-ସଭାପତି ତଥା କବି ରବିନ୍ଦ୍ର ମହାନ୍ତି ,ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ମନୋଜ ମିଶ୍ର,ଶିଶୁଅ ପଂଚାୟତର ପ୍ରଥମ ସରପଞ୍ଚ ରମେଶ ଦଳେଇଙ୍କ ସମେତ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଭାରତକୁ ଇଂନ୍ଧନ ଗ୍ୟାସ ଓ ତୈଳ ଯୋଗାଉଥିବା ନାବିକ ସାର୍ଥକ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କବୟତ୍ରୀ ଜୟନ୍ତି ସ୍ବାଇଁଙ୍କ ଦ୍ବାରା ରଚିତ କବିତା ସଂକଳନର 3 ସଂସ୍କରଣ ‘ବୟସର ବଗିଚାରେ ଅସରନ୍ତି ସ୍ବପ୍ନ’ ଓ ମନସ୍ବନୀ ଦାସଙ୍କ ରଚିତ କବିତା ସଂକଳନର 2 ସଂସ୍କରଣ ‘ଛୁଇଦେଲା ମେଘ ବତୁରିଲା ମାଟି’ ପୁସ୍ତକ ଦୁଇଟିର ଉନ୍ମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚୈତ୍ର ମାସର ପରମ୍ପରା ,ଲୋକ କଳା,ସହ ସାହିତ୍ୟ ସଂସ୍କୃତିକୁ ଯୋଡି ରଖିବାର ପାଇଁ କବିତା,ଲୋକ ଗୀତ ,ଓଡିଶାର କଳା ସଂସ୍କୃତିକୁ ନେଇ ଟ୍ୟୁଙ୍କିଲଷ୍ଟାର ଡ୍ୟାନ୍ସଗ୍ରୁପର ଶିଶୁ କଳାକାର ମାନଙ୍କ ଦ୍ବାର ସାଂସ୍କୃତିକ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ପରେ ପରେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା । କୃତି ଛାତ୍ର ଛାତ୍ରୀ,କବି ଓ କବୟତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟି ଓଡିଅ। ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବସନ୍ତ ରଞ୍ଜୁଲତା ଚାରିଟେବୁଲ୍ ଏଜୁକେସିନାଲ ଟ୍ରଷ୍ଟ ପକ୍ଷରୁ ଅ।ୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିଲେ ଶିକ୍ଷାବିତ୍ ଶ୍ରୀଯୁକ୍ତ କାଳନ୍ଦୀ ଛାଟୋଇ ଓ ସଂଯୋଜନା କରିଥିଲେ ଅନୁଷ୍ଠାନର ସଂପାଦକ ବିଶ୍ବରଂଜନ ବିଶ୍ବଶ୍ରୀ । ଏହି କାର୍ଯ୍ୟକ୍ରମକୁ ଅ।ଗାମୀ ଦିନରେ ଜାରି ରଖିବାକୁ ସରକାରଙ୍କ ସହଯୋଗ ଜାରି ରହିଲେ ଗ୍ରାମାଞ୍ଚଳର କୋଣ ଅନୁକୋଣର ଅନେକ ବଣ ମଲ୍ଲୀକୁ ମଞ୍ଚ ମିଳିବା ସହ ଅଂଚଳର ଗାରିମାକୁ ପ୍ରଚାର ପ୍ରସାର ଦିଗରେ ସହାୟକ ହେବା ସହ ଏହା ସହ ପର୍ଯଟନ ମାନଚିତ୍ରରେ ଅନ ଉଢୁଅ।ଳରେ ରହିଯାଇଥିବା ପବିତ୍ର କେଳୁଣି ପୀଠର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି । ପୂର୍ବରୁ ଏ ପୀଠର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଅନୁଷ୍ଠାନ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।


