ବିଜେଡିରୁ ଇସ୍ତଫା ଦେଲେ ଚାରିଗାଁ ସମିତି ସଭ୍ୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତର ସମିତି ସଭ୍ୟ ଧରଣୀଧର କର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଆଜି ଜିଲା ବିଜେଡି ସଭାପତିଙ୍କୁ ଲିଖିତ ଜଣାଇଛନ୍ତି । ଶ୍ରୀ କର ପଞ୍ଚାୟତର ବିକାଶ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ଓ ସକ୍ରିୟ ସଭ୍ୟ ହୋଇଥିଲେ । ମାତ୍ର ଦଳରେ ତାଙ୍କୁ ଅଣଦେଖା କରାଯିବା ଏବଂ ଗ୍ରାମ ପଞ୍ଚାୟତର ଆବଶ୍ୟକତା ଅନୁସାରେ ବିକାଶ ନହେବା କାରଣରୁ ସେ ଦଳର ସମସ୍ତ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ପ୍ରକାଶ ଥାଉକି, ଶ୍ରୀ କର ଚାରଗାଁ ପଞ୍ଚାୟତରେ ପୂର୍ବରୁ ଭାରତୀୟ ଜନତା ପାର୍ଟିର ସଙ୍ଗଠକ ଭାବେ କାର୍ଯ୍ୟ କରିଆସୁଥିଲେ । ମାତ୍ର ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବିଜେଡିରେ ଯୋଗଦାନ କରି ବିଜେଡି ସମର୍ଥନରେ ସମିତି ସଭ୍ୟ ହୋଇଥିଲେ । ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ପୁନଶ୍ଚ ସେ ନିଜ ପୁରୁଣା ଘରକୁ ଫେରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


