ଦୁର୍ଗମାଞ୍ଚଳରେ ହାଡ଼ଫୁଟି ଆତଙ୍କ: ସ୍ୱାସ୍ଥ୍ୟଟିମର ନିୟମିତ ଯାଞ୍ଚ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଦୁର୍ଗମାଞ୍ଚଳରେ ଗତ କିଛି ଦିନ ହେଲା ହଡ଼ଫୁଟି ରୋଗର ଆତଙ୍କ ଦେଖାଦେଇଛି. ଘଟଣା ନେଇ ସ୍ୱାସ୍ଥ୍ୟବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳକୁ ନିୟମିତ ସ୍ୱାସ୍ଥ୍ୟଟିମ ପଠାଇ ଆବଶ୍ୟକ ଯାଞ୍ଚ କରିବା ସହ ସମସ୍ତ ଚିକିତ୍ସା ସୁବିଧା ଯୋଗା ଯାଉଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ କଟାମା ପଞ୍ଚାୟତ ପାଜିଗିଡି ଗ୍ରାମରେ ହାଡଫୁଟି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 13 ଜଣ ପୁରୁଷ, ମହିଳା ଓ ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି. ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୁଲି ଯିବା ସହ ଦେହରେ କେତେକ ଫଳ ଦେଖା ଦେଇଛି. ଗତ ଏକ ସପ୍ତାହ ତଳେ ପ୍ରଥମେ 6 ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ. ବର୍ତ୍ତମାନ ହଡ଼ଫୁଟି ରୋଗ ବ୍ୟାପିବା ଯୋଗୁଁ ରୋଗୀ ସଂଖ୍ୟା 13 ରେ ପହଞ୍ଚି ଥିବା ଗ୍ରାମବାସୀ ଜଣାଇଛନ୍ତି. ହଡ଼ଫୁଟି ଦିନକୁ ଦିନ ଏଭଳି ଭାବେ ବଢ଼ି ଚାଲି ଥିବାରୁ ସାଧାରଣଙ୍କ ଠାରେ ଭୟ ଓ ଆତଙ୍କ ଦେଖା ଦେଇଛି. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼. ତ୍ରିଶୂଳ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି ଗତ ଏକ ସପ୍ତାହ ତଳେ ଏନେଇ ଜଣା ପଡିବା ପରେ ସମ୍ପୃକ୍ତ ଗ୍ରାମକୁ ମୁଁ ସ୍ୱାସ୍ଥ୍ୟଟିମ ସହିତ ପହଞ୍ଚି ଆବଶ୍ୟକ ଯାଞ୍ଚ ଓ ଶାରୀରିକ ପରୀକ୍ଷା ଆଦି କରାଯାଇଥିଲା. ଏହି ରୋଗ ନେଇ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଦିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି. ଗତକାଲି ମଧ୍ୟ ଅଡବା ଡାକ୍ତରଖାନାରୁ ସ୍ୱାସ୍ଥ୍ୟଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ରୋଗୀଙ୍କ ଶାରୀରିକ ଅବସ୍ଥା ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ଓ ଔଷଧ ପତ୍ର ପ୍ରଦାନ କରିଛନ୍ତି. ପ୍ରତେକ ଦିନ ନିୟମିତ ଭାବେ ସ୍ୱାସ୍ଥ୍ୟଟିମ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗଗାଇ ଆସୁଛନ୍ତି. ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର 400 ଜଣଙ୍କ ରକ୍ତ ପରୀକ୍ଷା ପାଇଁ ନମୁନା ସ୍ୱାସ୍ଥ୍ୟଟିମ ଦ୍ୱାରା ସଂଗ୍ରହ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ