ଗଜପତିର ବିକାଶ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଡ଼. ତିରୁପତି ପାଣିଗ୍ରାହୀଙ୍କ ଆଲୋଚନା

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): : ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶକୁ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓଙ୍କ ସହ ପାରଳାଖେମୁଣ୍ଡିର ସ୍ଥାୟୀ ବାସିନ୍ଦା ତଥା ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଗଜପତି ଜିଲ୍ଲାର ବିକାଶକୁ ଆଗକୁ ନେବା ସହ ଅଞ୍ଚଳର ବିଭିନ୍ନ ଆବଶ୍ୟକତା ଓ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲା. ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ, ପାନୀୟ ଜଳ, କୃଷି ଓ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଜରୁରୀ। ଜିଲ୍ଲାର ଲୋକମାନେ ଯେପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ଏବଂ ଅଞ୍ଚଳରେ ଉନ୍ନତ ମାନର ମୌଳିକ ସୁବିଧା ଉପଲବ୍ଧ ହେବ, ସେଥିପାଇଁ ବିକାଶମୂଳକ ସରକାରୀ ଯୋଜନା ଗୁଡିକୁ କାର୍ଯକାରୀ କରିବା ସହ ବିଶେଷକରି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାର ଗ୍ରାମାଞ୍ଚଳରେ ଉନ୍ନତ ରାସ୍ତାଘାଟ, ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ, ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଭଳି ବିଷୟଗୁଡ଼ିକ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏଗୁଡିକ କାର୍ଯକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ