ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ “ଶିଶୁଦିବସ” ପାଳନ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ “ଶିଶୁଦିବସ” ମହାସମାରୋହରେ ପାଳନ କରାଯାଇଛି।  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା, ମୁଖ୍ୟବକ୍ତା  ଭାବେ ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ପଳତା ଏବଂ  ଗୋପବନ୍ଧୁ ସୁଆର, ବିଦ୍ୟାଳୟର ନିର୍ଦ୍ଦେଶକ ତଥା ମେକାନିକାଲ ଇଞ୍ଜିନିୟର  ଉଦୟନାଥ କର ଏବଂ ବିଦ୍ୟାଳୟର ଉପାଧ୍ୟକ୍ଷ  ଗୋଲକ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ସୁନିଲ୍ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ  ପିଲାମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପାଠ ଗାନ କରାଯାଇଥିଲା । ତତ୍ପରେ  ଅତିଥି ମାନେ  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହର ନେହେରୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଉକ୍ତ ସଭାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ପରିଡା ଶିଶୁମାନଙ୍କାର ଶାରୀରିକ ଅବସ୍ଥା ଓ ବୌଦ୍ଧିକ ଜ୍ଞାନର ବିକାଶ ଉପରେ ଆଲୋକପାତ କରି ବହୁ ଦୃଷ୍ଟାନ୍ତ ମୂଳକ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ତତ୍ପରେ ମୁଖ୍ୟବକ୍ତା  ଶ୍ରୀଯୁକ୍ତ ପାତ୍ର  ବ୍ୟଙ୍ଗାତ୍ମକ ଓ ହାସ୍ୟାତ୍ମକ ବକ୍ତବ୍ୟ ମାଧ୍ୟମରେ କୁନି କୁନି ପିଲାମାନଙ୍କୁ ଅମୋଦିତ କରିଥିଲେ।  ସମ୍ମାନିତ ଅତିଥି  ଶ୍ରୀଯୁକ୍ତ ପଳତା ଏବଂ ଶ୍ରୀଯୁକ୍ତ ସୁଆର ଶିଶୁମାନଙ୍କର ଶୃଙ୍ଖଳିତ ଜୀବନ, ଉଚ୍ଚ ମାନର ଶିକ୍ଷା ଓ ସେମାନଙ୍କର ଶାରୀରିକ ପ୍ରଯତ୍ନ ବିକାଶରେ ଦେଶର ଉନ୍ନତି ଘଟିଥାଏ ବୋଲି  ଦର୍ଶାଇଥିଲେ । ବିଦ୍ୟାଳୟର  ସଭାପତି ଶ୍ରୀଯୁକ୍ତ କର ଶିଶୁଦିବସର ଉଦ୍ଦେଶ୍ୟ ଉପରେ ବହୁ ମୂଲ୍ୟବାନ୍ ବକ୍ତବ୍ୟ ପ୍ରଦାନ କରିଥିଲେ ବିଦ୍ୟାଳୟର ଅଧ୍ୟୟନରତ ବିବ୍ୟାର୍ଥୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହେବା ପାଇଁ ସେମାନଙ୍କର କର୍ତ୍ତବ୍ୟ ଉପରେ ସଚେତନ‌ତା ସୃଷ୍ଟି କରିଥିଲେ।  ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟର ପ୍ରଚଳିତ ଶିକ୍ଷା, କୁନି କୁନି ପିଲାମାନଙ୍କର ସ୍ବାସ୍ଥ୍ୟର ଯତ୍ନ ଓ ସେମାନଙ୍କର ମନସ୍ତତ୍ବ ଅନୁଧ୍ୟାନ କରି ବିଦ୍ୟାଳୟର କର୍ମରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କିପରି ଶିକ୍ଷାପ୍ରଦାନ କରିଥାଆନ୍ତି ଓ ଦେଶ ବିକାଶରେ ସହାୟକ ହୋଇଥାନ୍ତି ତତ୍ ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ । ତତ୍ପରେ ବିଭିନ୍ନ ବିଭାଗରେ କୃତୀତ୍ବ ଅର୍ଜନ କରିଥିବା କୁନି କୁନି ପିଲା ଓ ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ  ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତତ୍ପରେ କୁନି କୁନି ପିଲାମାନଙ୍କଦ୍ଵାରା ଅତିଥିମାନଙ୍କ ଗହଣରେ କୌତୁକ ପୋଷାକ ପ୍ରତିଯୋଗିତା ପ୍ରଦର୍ଶିତ ହୋଇଥିଲା ଓ ପରେ ପରେ ଉଚ୍ଚ ଶ୍ରେଣୀର ପିଲାମାନଙ୍କଦ୍ଵାରା ନୃତ୍ୟଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏଥିରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ