ଚିରିକିପଡା ଶାସନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତରେ ମାର୍ଚ୍ଚ ୯ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ର ଓ ଏବିଡ଼ିଓ ସୋନମ୍ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ଏଥିରେ ମୋଟ ୨୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୧୫ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା ।  ୧୪ ଜଣଙ୍କୁ ଭତ୍ତା ଓ ଗୋଟିଏ ଏସ୍ଏଚଜି ଗୃପକୁ ଲୋନ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭଗବାନ ସାହୁ, ସିଡ଼ିପିଓ ତିଳୋତ୍ତମା ରାଉତ,ଡ଼ଃ କମଳ ଲୋଚନ ଦାସ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲ, କୃଷି ଅଧିକାରୀ ଗଣେଶ୍ୱର ସାହୁ,ବିଭିଓ ଡଃ ଭକ୍ତଚରଣ ଦଳାଇ,ଫିସରୀ ଅଫିସର ପ୍ରିୟବ୍ରତ ଦାସ, ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର, ବନପାଳ କାର୍ତ୍ତିକ ସାହୁଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ। ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିଇଓ ହେମନ୍ତ କୁମାର ପଣ୍ଡା, ଏଡିଓ ବସନ୍ତ ବରାଡ, ଅଙ୍ଗନବାଡ଼ି କର୍ମୀ, ସିଆରପି, ଏମବିକେ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ