ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ପାଠ ପଢା ସମ୍ପୂର୍ଣ୍ଣ ଠପ୍ : ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ

ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର ଦାବୀ ପୂରଣ ନେଇ ସଂଘ ସହିତ କୌଣସି ଆଲୋଚନା କରିନାହାନ୍ତି। ଯାହା ଫଳରେ ଅସନ୍ତୋଷର ନିଆଁ ବ୍ୟାପିବାରେ ଲଗିଛି। ମହାବିଦ୍ୟାଳୟରେ ଏକ ପ୍ରକାର ପାଠ ପଢା ସହିତ ଅଫିସ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଦୂର ଦୂରାନ୍ତରୁ ଆସୁଥିଲେ ମଧ୍ୟ ନିରାଶ ହେଇ ଫେରି ଯାଉଛନ୍ତି। ଯେଉଁ ପର୍ଯନ୍ତ ସରକାର ଆମର ଦାବି  ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଗ୍ରାଣ୍ଟ ଇନ ଏଇଡ ପ୍ରଦାନ କରିନାହାଁନ୍ତି ସେହି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ସେକ୍ ଫରିଦ୍, ଅନିଲ କୁମାର ଦାସ, କିଶୋର ଚନ୍ଦ୍ର ଜେନା, ଉଷା ରଞ୍ଜନ ଦାସ, ଦିନେଶ କୁମାର ସାହୁ, ବସନ୍ତ କୁମାର ପାଣି, ବିଭୂତି ଭୂଷଣ ସାହୁ, ଅଧ୍ୟାପିକା ସୁମିତ୍ରା ରାଉତ, ଟୋନିକା ଦଳେଇ, ପିଙ୍କି ପ୍ରଧାନ, ପିଙ୍କି ସାହୁ ଓ ଭାରତୀ ଗୌଡ଼ ପ୍ରଭୃତି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ