ସ୍ୱଛ ଗଞ୍ଜାମ, ସୁନ୍ଦର ଗଞ୍ଜାମ ଅଭିଯାନ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲାକୁ ସ୍ୱଛ,ସୁନ୍ଦର ଓ ସବୁଜିମାରେ ପରିଣତ କରିବା ପାଇଁ ଅଂଟା ଭିଡିଛି ଗଞ୍ଜାମ ଜିଲାପ୍ରଶାସନ । ଜିଲାରେ ସମସ୍ତ ପଚାଂୟତ, ଗ୍ରାମାଚଂଳ ଓ ସହରାଚଂଳରେ ପ୍ରତି ମଙ୍ଗଳବାର ଦିନ ମାସ କ୍ଲିନିଂ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ସ୍ୱଛ ଗଞ୍ଜାମ ଓ ସୁନ୍ଦର ଗଞ୍ଜାମ ଅଭିଯାନ ଏବେ ଏକ ବଡ ଆନ୍ଦୋଳନର ରୂପ ନେଉଛି । ଆଜି ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ଗ୍ରାମରେ ମାସ କ୍ଲିନିଂ କରାଯାଇଥିଲା । ଏହି ମାସ କ୍ଲିନିଂରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । କେବଳ ସଫେଇ କର୍ମଚାରୀ ନୁହନ୍ତି ସାମିଲ ହୋଇଥିଲେ ଖୋଦ ଜିଲାପାଳ ଭି.  କିର୍ତ୍ତୀ ଭାସନ ଓ ତାଙ୍କ ମାଆ ଭି. ଦୀପା । ନିଜେ ହାତରେ କୋଡି ଓ ଝାଡୁ ଧରି ସଫା କରିଥିଲେ ।  ପଡିଥିବା ଅଳିଆ ଆବର୍ଜନା ଏବଂ ଘାସ ସଫା କରିବା ସହ ତାହାକୁ କୋଡିରେ ସଫା କରିଥିଲେ । ଗଞ୍ଜାମ ଜିଲାକୁ ସ୍ୱଛ ରଖିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ ଏହା ପ୍ରତ୍ୟେକ ଜିଲାବାସୀଙ୍କ କର୍ତବ୍ୟ । ଯଦି ଆମ ଚାରିପାଖ ସଫା ରଖିବା ତେବେ ରୋଗବ୍ୟାଧିଠାରୁ ଦୂରରେ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିପାରିବା । ଜିଲାରେ ଏବେ ସମସ୍ତ ପଚାଂୟତ ଓ ସହାରଚଂଳରେ ପ୍ରତି ମଙ୍ଗଳବାର ମାସ କ୍ଲିନିଂ କରାଯାଉଛି ବୋଲି ଜିଲାପାଳ ଭି.କିର୍ତି ଭାସନ କହିଥିଲେ ।  ସ୍ୱଛତା ବିନା ଗଞ୍ଜାମର ଗୈାରବ ଅଧୁରା । ତେଣୁ ସ୍ୱଛ ଗଞ୍ଜାମ ସୁନ୍ଦର ଗଞ୍ଜାମ ଗଢିବା ପାଇଁ ପ୍ଲାଷ୍ଟିକ ମୁକ୍ତ ଏବଂ ପରିବେଶ ଅନୁକୂଳ ଜିଲା ନିର୍ମାଣ ଆବଶ୍ୟକ । ସ୍ୱଛ ଗଞ୍ଜାମ ସୁନ୍ଦର ଗଞ୍ଜାମ କେବଳ ଏକ ସ୍ଲୋଗାନ ନୁହେଁ ଏହାକୁ ବାସ୍ତବରେ ପରିଣତ କରିବା, ସ୍ୱଛତା ହିଁ ସେବା  କହିବା ସହ ଜିଲାପାଳ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଏହି ସ୍ପେଶାଲ ଡ୍ରାଇଭ ବିଭିନ୍ନ  ସ୍ଥାନରୁ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଡମ୍ପିଂ ୟାର୍ଡ କେନ୍ଦ୍ରକୁ ନିଆଯାଉଛି ।  ଭିକାରୀପଲ୍ଲୀ ପଂଚାୟତ ର ସରପଞ୍ଚ ମମତା ସୁବୁଦ୍ଧିଙ୍କ ପୌରହିତ୍ୟ ରେ ଆୟୋଜିତକାର୍ଯ୍ୟକ୍ରମ ରେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ବିପିଏମ ମାନିନୀ ଜେନା, ପୂର୍ବତନ ସମିତି ସଭ୍ୟ ମଥୁରା ସୁବୁଦ୍ଧି ଙ୍କ ବହୁ ଅଧିକାରୀ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି  ସଫେଇ କାର୍ଯ୍ୟକ୍ରମରେ  ସାମିଲ ହୋଇଥିଲେ । ପରେ ସ୍ୱଛ ଗଞ୍ଜାମ ଓ ସୁନ୍ଦର ଗଞ୍ଜାମ ଗଢି ତୋଳିବା ପାଇଁ ଜିଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ