ଓରାଳି ଜି.ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ସୌରଭ ସମ୍ମାନ -୨୦୨୬
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଜିସି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓରାଳି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ସୌରଭ ସମ୍ମାନ -୨୦୨୬ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିଲ କୁମାର ସିଂଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଏବିଇଓ ବିନୋଦ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବାଇଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଓରାଳି ସିଆରସିସି ଆଲୋକ କୁମାର ନାଥ,ସରପଞ୍ଚ ହରିଚନ୍ଦ୍ର ଜେନା, ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ସିଂ,ଏସ.ଏମ.ସି ଚେୟାରମ୍ୟାନ ଭୀମସେନ ଜେନା,ପ୍ରଧାନଶିକ୍ଷକ ଶଙ୍କର୍ଷଣ ଜେନା,ପ୍ରତାପ ଚନ୍ଦ୍ର ଜେନା ଯୋଗ ଦେଇଥିଲେ l ଏଥିରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କପିଳ ଚରଣ ପ୍ରଧାନ, ଗୌରାଙ୍ଗ ଚରଣ ନାୟକ, ନିରଞ୍ଜନ ସା ଅବସରପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର କୁମାର ଦେଓ, ପ୍ରମୋଦ କୁମାର ବେହେରା, ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସୁରଭି ସୌରଭ ସମ୍ମାନ ପ୍ରଦାନ କରାଯାଇ ଥିଲା। ସନ୍ତୋଷ କୁମାର ଧଳ, ଗଙ୍ଗାଧର ସାହୁ, ନିର୍ମଳ ଚନ୍ଦ୍ର ଜେନା, ଅଜୟ କୁମାର ଦାସ, ଚିତ୍ତରଞ୍ଜନ ବେହେରା, ସଚିନଦେବ ରାଉତ, ଜ୍ୟୋତିର୍ମୟୀ ବେହେରା, ଲିପି ପୁଷ୍ପା ମହାପାତ୍ର, ଜୟଶ୍ରୀ ଜେନା, ବିଦ୍ୟାଭାରତୀ ବେହେରା, ମନମଞ୍ଜରୀ ପ୍ରଧାନ, ବିଦୁଲତା ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସତ୍ୟବ୍ରତ ଦାସ, ଗୋପୀନାଥ ଜେନା,ବିଜୟ କୁମାର ସା, ଦେବାଶିଷ ଦାସ, ଜଗବନ୍ଧୁ ଦାସ,ଶରତ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ଜଗନ୍ନାଥ ଦାସ, ନିତ୍ୟାନନ୍ଦ ସେଠି,ଦେବବ୍ରତ ଖଟୁଆ,ସଂଜୀବ କୁମାର ବଳ,ନରେନ୍ଦ୍ର କୁମାର ସାହୁ,ପ୍ରଦୀପ କୁମାର ଜେନା, ଅନୁସୟା ଓଝା, ସବିତା ରାଣୀ ରାଉତ, ଜ୍ୟୋସ୍ନାରାଣୀ ପହି,ବିଷ୍ଣୁପ୍ରିୟା ବରାଳ,ଇତିଶ୍ରୀ ପଣ୍ଡା,ବିପ୍ରାସଙ୍ଗୀତା ସାହୁ ପ୍ରମୁଖ କ୍ଲଷ୍ଟର ଅଧିନସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l


